ସ୍ୱାମୀର ପନିକି ଚୋଟରେ ଉଡ଼ିଗଲା ସ୍ତ୍ରୀଙ୍କ ପ୍ରାଣବାୟୁ

Spread the love

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନସ୍ଥ ବଣିଆହୁଡ଼ି ଗ୍ରାମରେ ଏକ ପାରିବାରିକ କଳହ କାରଣରୁ ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଏକ ପନିକିରେ ହାଣି ହତ୍ୟା କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ବାପୁନୁ ବିନ୍ଧାଣୀ ନାମକ ବ୍ୟକ୍ତିଙ୍କର ତାଙ୍କ ସ୍ତ୍ରୀ ତୁଳସୀ ବିନ୍ଧାଣୀଙ୍କ ସହ କୌଣସି କାରଣକୁ ନେଇ ବିବାଦ ହୋଇଥିଲା । ଗତକାଲି ରାତିରୁ ଝଗଡ଼ା ଲାଗିଥିବା ବେଳେ ଆଜି ସକାଳେ ସ୍ୱାମୀ ବାପୁନୁ ଏକ ପନିକିରେ ସ୍ତ୍ରୀ ତୁଳସୀକୁ ହାଣିଦେବାରୁ ତାର ମୃତ୍ୟୁ ଘଟିଛି । ଖବର ପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ସ୍ୱାମୀ ବାପୁନୁକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *