ମୋତେ ଡିଭୋର୍ସ ଦରକାର- ସ୍ୱିଟି ବୁରା

ମୋତେ ଛାଡ଼ପତ୍ର ଦରକାର। ମୋତେ ଭରଣପୋଷଣ ବାବଦକୁ ଟଙ୍କାଟିଏ ବି ଲୋଡ଼ା ନାହିଁ। ମୋ ଉପରେ ହୋଇଥିବା ଜୁଲୁମ ଆଉ ସହିବିନି। ସେ ରାକ୍ଷସରୁ ବାସ୍ ନିସ୍ତାର ଦରକାର। ହାତ ଯୋଡ଼ି ବିନତି କରୁଛି, ନ୍ୟାୟ ଦେବାକୁ ମୋତେ ସହଯୋଗ କରନ୍ତୁ। ପତି ଦୀପକ ହୁଡ୍ଡାଙ୍କ ପାଖରୁ କେମିତି ଯେତେ ଜଲଦି ଛାଡ଼ପତ୍ର ମିଳିବ, ତାକୁ ନେଇ ମିଡିଆ ଆଗକୁ ଆସି ଏମିତି କାକୁତି ମିନତି ହୋଇ କାନ୍ଦି କାନ୍ଦି କହିଛନ୍ତି ବକ୍ସର ସ୍ୱିଟି ବୁରା। ଛାଡ଼ପତ୍ର ପରେ ଟଙ୍କାଟିଏ ବି ସେ ଦୀପଙ୍କଠୁ ଚାହୁଁନାହାନ୍ତି। କିନ୍ତୁ ଦୀପକ ତାଙ୍କ ଉପରେ ଚାପ ପ୍ରୟୋଗ କରି ଛାଡ଼ପତ୍ର ଦେବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ସ୍ୱିଟି। ଅର୍ଜୁନ ପୁରଷ୍କାରପ୍ରାପ୍ତ ସ୍ୱିଟି ବୁରା ଏବେ ଆଉ କୌଣସି ଭରଣପୋଷଣ ବି ଚାହୁଁନାହାନ୍ତି। ବିନା ଭରଣପୋଷଣ ଭତ୍ତାରେ ବି ସେ ଜଲଦି ହୁଡ୍ଡାଙ୍କ ପାଖରୁ ଡିଭୋର୍ସ ଚାହୁଁଥିବା କହିଛନ୍ତି। ଅଢ଼େଇ ବର୍ଷ ପୂର୍ବରୁ ଜୁଲାଇ ୭, ୨୦୨୨ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ନିର୍ବାଚନ ସମୟରେ କୁଆଡ଼େ ସ୍ୱିଟିଙ୍କଠୁ କୋଟିଏ ଟଙ୍କା ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା। ଅକ୍ଟୋବର ୨୦୨୪ରେ ଦୀପକ ତାଙ୍କ ସହ ମାଡପିଟ୍ କରି ତାଙ୍କୁ ଘରୁ ବାହାର କରିଦେଇଥିଲେ ବୋଲି ଅଭିଯୋଗ କରିଥିଲେ ସ୍ୱିଟି। ଦୀପକ ବି ପାଲଟା ଅଭିଯୋଗ କରିଥିଲେ ଯେ, ସମ୍ପତ୍ତି ହଡ଼ପ ସହ ତାଙ୍କୁ ଜୀବନରେ ମାରିଦେବାକୁ ସ୍ୱିଟି ଧମକ ଦେଇଥିଲେ। ତେବେ ଏହି ଦମ୍ପତ୍ତିଙ୍କ ଭିତରେ ବିବାଦ ଭିତରେ ସ୍ୱିଟି ନିଜ ପତିଙ୍କୁ ପଚିଂ ମାରୁଥିବାର ଏକ ଭିଡ଼ିଓ ଭାଇରାଲ ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *