ପ୍ରବଳ ଗ୍ରୀଷ୍ମରେ ଜିଲ୍ଲାରେ ବେଆଇନ୍ ଇଟାଭାଟି

Spread the love

କେନ୍ଦ୍ରାପଡା : ସମଗ୍ର ଜିଲ୍ଲାରେ ଗ୍ରୀଷ୍ମ ତାପରେ ଜିଲ୍ଲାବାସୀ ଅସ୍ତବ୍ୟସ୍ତ ହେଉଥିବା ବେଳେ ଘରୁ ବାହାରି ପାରୁନଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ୍ ଇଟାଭାଟି ଗୁଡିକ ହୁ ହୁ ହୋଇ ଜଳୁଥିବାରୁ ସ୍ଥାନୀୟ ବାସିନ୍ଦା ମାନେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ତହସିଲ୍ ପ୍ରଶାସନ ଆଖି ବୁଜି ଦେଇ ଥିବାରୁ ବେଆଇନ୍ ଇଟାମାଫିଆ ମାନଙ୍କ ଦୈାରାତ୍ମ ଜନ ସାଧାରଣଙ୍କ ଦୁଃଖ ଦୁର୍ଦ୍ଦଶାକୁ ବହୁଗୁଣିତ କରିଦେଇଛି । ଅସହାୟ ଗୁଳୁଗୁଳି ସାଙ୍ଗକୁ ଇଟାଭାଟିର ଧୁଆଁ ଓ ଧୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଖୋଲାରେ ଇଟାଭାଟି କରିବା ସମ୍ପୂର୍ଣ୍ଣ ହୋଇଥିବା ବେଳେ ସ୍ଥାନୀୟ ଆର୍.ଆଇ ଓ ଅଫିସ୍ର କର୍ମଚାରୀ ମୋଟା ଅଙ୍କର ହାତଗୁଞ୍ଜା ପାଇ ଇଟାଭାଟି ମାଫିଆ ମାନଙ୍କୁ ସହଯୋଗ କରୁଥିବାରୁ ଦୁଃଖ ଦୁର୍ଦ୍ଦଶା ବଢି ବଢି ଚାଲିଛି । କେନ୍ଦ୍ରାପଡା ଇନ୍ଦୁପୁର ରାସ୍ତାର ନିକିରାଇ କଲେଜ୍ ପଛପଟେ ଓ ବାରିମୁଳ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଏହିଭଳି ବହୁସଂଖ୍ୟକ ବେଆଇନ୍ ଇଟାଭାଟି ହୋଇଥିବା ଦେଖିବାକୁ ମିଳୁଛି । ଏହାଛଡା କେନ୍ଦ୍ରାପଡା ତହସିଲ୍ର ବିଭିନ୍ନ ଅଞ୍ଚଳରେ ଏହିଭଳି ବେଆଇନ୍ ଇଟାଭାଟି କରାଯାଉ ଥିଲେ ମଧ୍ୟ ତହସିଲ୍ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଆଖି ବୁଜି ଦେଇଥିବାରୁ ଏହି ଇଟା ମାଫିଆ ମାନେ ଜନବସତି ପୂର୍ଣ୍ଣ ଗାଁ ଭିତରେ ଇଟାଭାଟି କରି ବିକ୍ରି କରୁଛନ୍ତି । ତୁରନ୍ତ ଏହି ମାଫିଆ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କର ଭାଟିକୁ ଜବତ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *