ଗୋରୁ ବୋଝେଇ ଟ୍ରକ୍ ଜବତ

Spread the love

ଭୁବନେଶ୍ୱର : ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଗତ କାଲି ରାତିରେ ଏକ ଗୋରୁ ବୋଝେଇ ଟ୍ରକ୍ ଜବତ ହୋଇଥିବା ଜଣା ପଡିଛି। ତେବେ ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଟ୍ରକଟି କଟକ ପଟୁ ପ୍ରାୟ ୧୯ଗୋଟି ଗୋରୁ ବୋଝେଇ କରି ବାଲେଶ୍ଵର ଅଭିମୁଖେ ଆସୁଥିବା ବେଳେ ପୋଲିସ ପେଟ୍ରୋଲିଂ ନଜରରେ ପଡିଥିଲା।ଥାନା ଗାଡିକୁ ଦେଖି ଗୋରୁ ଟ୍ରକଟି ଦ୍ରୁତ ଗତିରେ ଯିଵା ପାଇଁ ଚେଷ୍ଟା କରିଥିବା ବେଳେ ଭଦ୍ରକ ନିକଟରେ ପୋଲିସ ଏହାକୁ ଜବତ କରିଥିଲା।ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *