ନେତାଙ୍କ ବାହୁବନ୍ଧନରେ ପତ୍ନୀକୁ ଦେଖି ସହିପାରିଲାନି: ମର୍ଡର କରିଦେଲା ନେତାଙ୍କୁ- ପତ୍ନୀର ସନ୍ଦେହଜନକ ମୃତ୍ୟୁ

ପତ୍ନୀଙ୍କୁ ନେତାଙ୍କ ବାହୁରେ ଦେଖି ସହିପାରିଲେନି ସ୍ୱାମୀ। ଆଉ ଶେଷରେ ସବୁଦିନ ଲାଗି ରାସ୍ତାରୁ ହଟାଇଦେଲେ ନେତାକୁ। ରଣଧୀର ଯାଦବ ମର୍ଡର କେସ ପଛରେ ଅସଲ କାହାଣୀ ଏବେ ପଦାକୁ ଆସିଛି। ଉଦୟକୁ ଖାଇବାକୁ ଆଣିବାକୁ ପଠାଇଦେଲେ ରଣଧୀର। ସେତେବେଳେ ଉଦୟଙ୍କ ପତ୍ନୀ ଅଞ୍ଜଳି ପୁଅକୁ ବାହାରକୁ ଖେଳିବାକୁ ଛାଡ଼ିଦେଇଥିଲେ। ଆଉ ଖାଇବା ନେଇ ଘରକୁ ଫେରି ଉଦୟ ଦେଖିଲେ ଯେ, ରଣଧୀର ଛାତିରେ ଆଉଜି ହୋଇ ଛିଡ଼ା ହୋଇଛନ୍ତି ଅଞ୍ଜଳୀ। ଉଭୟଙ୍କୁ ପରସ୍ପର ସହ ଆଲିଙ୍ଗନ ମୁଦ୍ରାରେ ଦେଖି ଉଦୟର ପାଦ ତଳୁ ମାଟି ଖସିଯାଇଥିଲା ଯେମିତି। ୟୁପିର ପ୍ରୟାଗରାଜରେ ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟ ରଣଧୀର ଯାଦବ ହତ୍ୟାକାଣ୍ଡକୁ ନେଇ ଏବେ ନୂଆ ଖୁଲାସା ହୋଇଛି। ୪୦ ବର୍ଷୀୟ ରଣଧୀର ଅଗଷ୍ଟ ୨୨ରେ ନିଖୋଜ ହୋଇଯାଇଥିଲେ। ଏହାର ୬ ଦିନ ପରେ ପୁଲିସ ରଣଧୀରଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି। ରଣଧୀରଙ୍କୁ ମର୍ଡର କରି ରେଳଟ୍ରାକରେ ଫଙ୍ଗିଦେଇଥିଲା ଉଦୟ। କ୍ଷତବିକ୍ଷତ ଶବକୁ ଚିହ୍ନଟ କରିବା ମୁସ୍କିଲ ହୋଇପଡ଼ିଥିଲା ପୁଲିସକୁ। ଶବକୁ ଚିହ୍ନଟ ଲାଗି କେହି ନ ଆସିବାରୁ ଅଜ୍ଞାତ ଶବ ଭାବି ୭୨ ଘଣ୍ଟା ପରେ ପୁଲିସ ଦାହସଂସ୍କାର ବି କରିଦେଇଥିଲା। ପୁଲିସ ଏବେ ଏହି ମାମଲାରେ ଡିଏନଏ ଟେଷ୍ଟ ଲାଗି ପ୍ରସ୍ତୁତ ହେଉଛି। ହତ୍ୟାକାଣ୍ଡ ପଛରେ ଅବୈଧ ସମ୍ପର୍କ ହିଁ ମୂଳ କାରଣ ବୋଲି ପୁଲିସ କହିଛି। ଉଦୟ ଓ ରଣଧୀର ପରସ୍ପରର ବନ୍ଧୁ ଥିଲେ। ପତ୍ନୀ ସହ ଅନୈତିକ ସମ୍ପର୍କ ଦେଖି ରଣଧୀରକୁ ମାରିଦେଲା ଉଦୟ। ଏହି ମର୍ଡରରେ ଉଦୟର ଭାଇ ବିଜୟ, ପୁତୁରା ରାମ ସିଂ, ଶାଶୁ ଲୀଳା ଦେବୀ ଓ ଘରର ଚାକର ସୁଜିତ ଶ୍ରୀବାସ୍ତବର ସଂପୃକ୍ତି ରହିଛି। ଘଟଣାର ୨ ମାସ ପୂର୍ବରୁ ରଣଧୀର, ଉଦୟ, ପତ୍ନୀ ଅଞ୍ଜଳି ଓ ୮ ବର୍ଷର ପୁଅ ନୈନିତାଲ ବୁଲିବାକୁ ଯାଇଥିଲେ। ହୋଟେଲର ଗୋଟିଏ କୋଠରୀରେ ହିଁ ଚାରିଜଣ ଥିଲେ। ଦିନେ ଉଦୟକୁ ଖାଇବାକୁ ପଠାଇ ଦେଇ ଅଞ୍ଜଳି ସହ ଅନୈତିକ ସମ୍ପର୍କରେ ମାତିଥିଲା ରଣଧୀର। ଏହା ଦେଖିଦେବା ପରେ କାହାକୁ କିଛି ନ କହି ନୈନିତାଲରୁ ଫେରିବା ପରେ ଅଞ୍ଜଳିକୁ ନିଜ ବାପ ଘର ଧୁମନଗଞ୍ଜରେ ଛାଡ଼ିଦେଇଥିଲା ଉଦୟ। ଏହା ପରେ ବି ମୋବାଇୱରେ ରଣଧୀର ସହ ନିରନ୍ତର କଥା ହେଉଥିଲା ଅଞ୍ଜଳି। ଜୁଲାଇ ୧୧ରେ ବାପ ଘରେ ଅଞ୍ଜଳିର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ ପୁଲିସକୁ ନଜଣାଇ ଅଞ୍ଜଳିର ଦାହସଂସ୍କାର କରିଦେଇଥିଲେ। ରଣଧୀରକୁ ମର୍ଡର କରିବାର ମାସକ ଆଗରୁ ଏହା ପ୍ଲାନ୍ ହୋଇଥିଲା। ମର୍ଡର ପରେ ଫେରାର୍ ହୋଇଯାଇଥିଲା ଉଦୟ। ବନ୍ଧୁତାରେ ଦଗାବାଜି, ପତ୍ନୀର ମୃତ୍ୟୁ ଓ ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆସିଥିବାରୁ ଏହାର ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା ଉଦୟ। ହସ୍ପିଟାଲରେ କମ୍ପାଉଣ୍ଡର ଭାବେ କାମ କରୁଥିଲା ଉଦୟ। ରଣଧୀର ଯାଦବର ସୋସିଆଲ ମିଡିଆ ଆକାଉଣ୍ଟ ବି ପରିଚାଳନା କରୁଥିଲା। ଦୁହିଁଙ୍କ ଭିତରେ ଖାସ୍ ବନ୍ଧୁତା ବି ଥିଲା। କିନ୍ତୁ ରଣଧୀର ଓ ଅଞ୍ଜଳିଙ୍କ ଭିତରେ ଅବୈଧ ସମ୍ପର୍କ ସବୁ ବିଗାଡ଼ିଦେଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *