ଜେଲରେ ଇମ୍ରାନ ଖାନଙ୍କୁ ଯୌନଶୋଷଣ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲର ଜଣେ ମେଜର ଦୁଷ୍କର୍ମ କରିଥିବା ଭଳି ଖବର ସାମ୍ନାକୁ ଆସିଛି। ପାକିସ୍ତାନୀ ନ୍ୟୁଜ ଓ୍ୱେବସାଇଟ୍ ଡନ୍ ଏ ଖବର ପରିବେଷଣ କରି ଏ କଥାକୁ ପୁଷ୍ଟି ଲାଗି ମେଡିକାଲ ରିପୋର୍ଟ ବି ପ୍ରକାଶିତ କରିଛି। ଏ ଖବର ଜୋରଦାର ଭାଇରାଲ ହେବାରେ ଲାଗିଛି। ସଂପୃକ୍ତ ଓ୍ୱେବସାଇଟ୍ ଦାବି କରିଛି ଯେ, ପାକିସ୍ତାନ ଜେଲରେ ପୁରୁଷ କଏଦୀଙ୍କ ପ୍ରତି ଯୌନ ହିଂସା ହେବା ସାଧାରଣ କଥା ହୋଇଗଲାଣି। ଜଣେ ବ୍ୟକ୍ତିର ଗୌରବ ଓ ଗାରିମାକୁ କ୍ଷୁର୍ଣ୍ଣ କରିବାକୁ ଏଭଳି କରାଯାଉଛି। ମାର୍ଚ୍ଚ ମାସରେ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ଲାଗି ଏକ ମେଡିକାଲ ଟିମ୍ ଜେଲ୍ ଯାଇଥିଲା। ଅଦିୟାଲା ଜେଲରେ ଏହି ଚେକଅପ୍ ହୋଇଥିଲା। ପ୍ରାୟ ଅଧଘଣ୍ଟା ଧରି ଚେକଅପ୍ ପରେ ରିପୋର୍ଟ କିନ୍ତୁ ତୁରନ୍ତ ଜାରି କରାଯାଇନଥିଲା। ଇମ୍ରାନ ଖାନଙ୍କ ଦଳ ପିଟିଆଇର ଅନ୍ୟ ଜଣେ ନେତା ଦାବି କରିଛନ୍ତି ଯେ, ଇମ୍ରାନଙ୍କୁ ନିଜ ଭଉଣୀ କି ଅନ୍ୟ ସମ୍ପର୍କୀୟଙ୍କ ସହ ମିଶିବାକୁ ଅନୁମତି ଦିଆଯାଉନଥିଲା। ଏପରିକି ଖାନଙ୍କ ଫ୍ୟାମିଲି ଡାକ୍ତରଙ୍କୁ ବି ଅନୁମତି ମିଳିନଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now