ନାବାଳିକା ଦୁଷ୍କର୍ମ ମାମଲାରେ ଆସାମୀକୁ ୨୦ ବର୍ଷ ଜେଲ ଓ ୨୫ ହଜାର ଜରିମାନା

Spread the love

କେନ୍ଦ୍ରାପଡ଼ା : ଜଣେ ୬୫ ବର୍ଷର ବୃଦ୍ଧ ନାତୁଣୀ ବୟସର ୧୭ ବର୍ଷର ନାବାଳିକାକୁ ପ୍ରଲୋଭନ ଦେଖାଇ କୁକର୍ମ କରିଥିବା ଅଭିଯୋଗ ପ୍ରମାଣିତ ହେବା ପରେ ଅଭିଯୁକ୍ତ ବୃଦ୍ଧକୁ ୨୦ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇ ଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜଣେ ନାବାଳିକା ତା ପଡିଶା ଘରକୁ ଘରକୁ ଆଳୁ ସିଝାଇବା ପାଇଁ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଛୋଟା ଓରଫ ରାଜିବ ମଳିକ (୬୫) ନାବାଳିକା କୁ ଦୁଷ୍କର୍ମ କରିବା ସହିତ କାହାକୁ ନଜଣାଇବା ପାଇଁ ଧମକ ଦେଇଥିଲେ । ନାବାଳିକା ଜଣକ ଭୟରେ ଚୁପ ରହିବା ପରେ ଆସାମୀ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ନାବାଳିକା ଗର୍ଭବତୀ ହେବାର ଘଟଣା ଜଣାପଡିବା ପରେ ତାଙ୍କ ବାପା ଆଳି ଥାନାରେ ୨୫.୦୮.୨୦୨୨ ରେ ଏତଲା ଦେଇଥିଲେ । ଆଳି ଥାନାରେ କେଶ ନଂ-୩୨୭/୨୨ ଓ ଜି.ଆର କେଶ ନଂ-୭୫/୨୨ ରେ ମକଦ୍ଦମା ଚାଲିଥିଲା । ମାନ୍ୟବର ବିଚାରପତି ଏଡିଜେ (ପୋକ୍ସୋ) ପ୍ରଣତୀ ପଟ୍ଟନାୟକ ଏହି ମାମଲାର ବିଚାର କରି ଆସାମୀ ରାଜିବ ମଳିକକୁ ୨୦ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଜରିମାନା ରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦାୟ ଆଉ ୧ ବର୍ଷ ଦଣ୍ଡ ଭୋଗିବାର ନିର୍ଦ୍ଦେଶ ରହିଛି । ମକଦ୍ଦମା କୁ ବରିଷ୍ଠ ଆଇନଜିବୀ ସ୍ୱତନ୍ତ୍ର ପିପି ମନୋଜ କୁମାର ସାହୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *