ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କ ଆମେରିକାରେ ହତ୍ୟା

Spread the love

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ଆମେରିକାରେ ହତ୍ୟା। ସମାଚାର ଏଜେନ୍ସି ପିଟିଆଇ ରିପୋର୍ଟ ମୁତାବକ, ଇଣ୍ଡିଆନାରେ କୋରିଆନ ଯୁବକ ସହ ରହୁଥିବା ୨୦ ବର୍ଷୀୟା ଭାରତୀୟ ଯୁବକ ବରୁଣ ମନିଷ ଛେଡାଙ୍କୁ ହତ୍ୟା କରିଛି। ମନିଷ ପର୍ଡୁୟୁ ବିଶ୍ବବିଦ୍ୟାଳୟର ଡାଟା ସାଇନ୍ସର ଛାତ୍ର ଥିଲେ। ହତ୍ୟା ପରେ ରୁମମେଟକୁ ଗିରଫ କରାଯାଇଛି।

ରିପୋର୍ଟ ମୁତାବକ, ବରୁଣଙ୍କ ମୃତଦେହ କ୍ୟାମ୍ପସର ପଶ୍ଚିମରେ ଥିବା ମେକ୍କଚିୟୋନ ହଲର ପ୍ରଥମ ମହଲାରେ ମିଳିଥିଲା। ମନିଷ ଓ କୋରିଆର ଜି ମିନ ଜିମ୍ମି ସା ସାଙ୍ଗ ହୋଇ ରହୁଥିଲେ। ବୁଧବାର ରାତିରେ ହତ୍ୟା ପରେ ଜିମ୍ମି ହିଁ ପୁଲିସକୁ ସୂଚନା ଦେଇଥିବା ଇଣ୍ଡିଆନାର ପୁଲିସ ମୁଖ୍ୟ ଲେଷ୍ଲେ ବିଟେ ସୂଚନା ଦେଇଛନ୍ତି।

ମନିଷଙ୍କ ଶରୀର ବିଭିନ୍ନ ଅଂଶରେ କ୍ଷତଚିହ୍ନ ରହିଛି। ଏକାଧିକ ଚୋଟ କାରଣରୁ ମନିଷଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ସେପେଟ ମନିଷଙ୍କ ଜଣେ ବନ୍ଧୁ ଅରୁନାଭ ସିହ୍ନା ଗଣମାଧ୍ୟମକୁ କହିଛନ୍ତି, ମଙ୍ଗଳବାର ରାତିରେ ସେ ମନିଷ ଅନଲାଇନରେ କଥା ହେଉଥିଲେ। ସେହି ସମୟରେ ମନିଷ ଗେମିଂରେ ମଧ୍ୟ ବ୍ୟସ୍ତ ଥିଲା। ଏହି ସମୟରେ ମନିଷ ଜୋରରେ ଚିତ୍କାର କରିଥିଲେ। ତେବେ କଣ ହୋଇଥିଲା ତାଙ୍କୁ ଜଣାନାହିଁ। ପର ଦିନ ସେ ମନିଷଙ୍କ ମୃତ୍ୟୁ ଖବର ପାଇଥିଲେ।

Leave a Reply

Your email address will not be published. Required fields are marked *