ଆନ୍ତଃଜିଲ୍ଲା ବାଇକ ଚୋରୀ ଗ୍ୟାଙ୍ଗର ପର୍ଦ୍ଦାଫାସ : ୨ ଗିରଫ, ୬ ଗାଡି ଜବତ

Spread the love

ଜୟପୁର : କୋରାପୁଟ ସହରରୁ ୨ ଜଣିଆ ଆନ୍ତଃଜିଲ୍ଲା ବାଇକ ଚୋରି ରାକେଟ୍ କୁ କାବୁ କରି ଗିରଫ କରି କୋର୍ଟ ଚାଲାଣ କରିଛି କୋରାପୁଟ ଟାଉନ ପୁଲିସ । ସହରର ଜନଗହଳିପୂର୍ଣ୍ଣ ଅଂଚଳରୁ ବାଇକ ଚୋରି କରୁଥିବା ଏହି ୨ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୬ଟି ବାଇକ୍ ଜବତ କରିଛି ପୋଲିସ । କୋରାପୁଟ ସହର ହସ୍ପିଟାଲ ପରିସର ଓ ବିଭିନ୍ନ ଅଂଚଳରୁଏହିମାନେ ବାଇକ୍ ଚୋରି କରୁଥିବା ନେଇ ଆଜି କୋରାପୁଟ ଟାଉନ ପୁଲିସ ପକ୍ଷରୁ ଏସଡିପିଓ ମନୋଜ ପୂଜାହାରୀ ଓ ଆଇଆଇସି ଧୀରେନ ପଟ୍ଟନାୟକ ଏକ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେମାନେ ହେଲେ ପୂଜାରୀପୁଟ ଅଂଚଳର ଅଜିତ କୁମାର ପାଣିଗ୍ରାହୀ(୩୦) ଓ ଚନ୍ଦନ ବଢେଇ (୨୧) । ଏହି ଦୁଇ ଜଣଙ୍କ ନାମରେ ପୂର୍ବରୁ ୪ଟି ଲେଖାଏଁ ଚୋରୀ, ଡକାୟତି ଓ ଗାଡି ଚୋରି ପରି ମାମଲା ରହିଥିବା ପୁଲିସ କହିଛି । ଆନ୍ତଃଜିଲ୍ଲା ୨ ବାଇକ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ସହ ଅନ୍ୟ କେଉଁମାନେ ସମ୍ପୃକ୍ତି ରହିଛି ସେନେଇ ପୋଲିସର ତଦନ୍ତ ଜାରି ରହିଛି । ୨ ଲୁଟେରାଙ୍କ ଠାରୁ୬ଟି ବାଇକ ଜବତ ହୋଇଛି । ତଦନ୍ତ ଜାରି ରହିଥିବା ସୂଚନା ଦେଇଛି କୋରାପୁଟ ଟାଉନ ପୋଲିସ । ଚନ୍ଦନ ବଢେଇ ନାମରେ ୪ ଟି ମାମଲା ରହିଥିବା ବେଳେ ଅଜିତ ପାଣିଗ୍ରାହୀ ନାମରେ ମଧ୍ୟ ୪ ଟି ମାମଲା ରହିଥିବା ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି ।

ମାଥିଲି ଅଂଚଳର ଧନ ପୂଜାରୀ ନାମକ ବ୍ୟକ୍ତିର ବାଇକଟି କୋରାପୁଟ ମେଡିକାଲ କଲେଜ ହସପିଟାଲରୁ ଚୋରି ହେବା ନେଇ ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରି କୋରାପୁଟ ସହରର ୨ ଜଣଙ୍କୁ ଗିରଫ କରିଛି ।ଗାଡି ଚୋରି କରିବାପରେ ଜୟପୁର, ନବରଂଗପୁର ଜିଲ୍ଲାରେ ଏମାନେ ବିକ୍ରୟ କରୁଥିଲେ । ତେବେ ସେମାନେ କାହାକୁ କାହାକୁ କେତୋଟି ମୋଟର ସାଇକେଲ ବିକ୍ରୟ କରିଛନ୍ତି ତାର ତଦନ୍ତ କରାଯିବ । ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ସେସବୁର ତଦନ୍ତ କରାଯିବ ବୋଲି ଏସଡିପିଓ ମନୋଜ ପୂଜାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *