ଆଇପିଏସ ପୁରନ କୁମାର ସୁଇସାଇଡ୍ ମାମଲାରେ ସିବିଆଇ ତଦନ୍ତ ଉପରେ ନିଷ୍ପତ୍ତି ଟଳିଲା। ଏସଆଇଟି ଯାଞ୍ଚରେ ଦଖଲ ଦେବାକୁ ନେଇ ପଚାରିଛନ୍ତି ହାଇକୋର୍ଟ। ଲୁଧିଆନା ନିବାସୀ ଆବେଦନକାରୀ ହାଇକୋର୍ଟରେ ଅପିଲ୍ କରିଛନ୍ତି ଯେ, ମାମଲା ବହୁତ ସମ୍ୱେଦନଶୀଳ ଅଟେ। କାରଣ ମୃତ ଅଧିକାରୀ ନିଜ ସୁଇସାଇଡ୍ ନୋଟରେ ଡିଜିପିଙ୍କ ସମେତ ୧୫ ଅଧିକାରୀଙ୍କ ଉପରେ ପ୍ରତାରଣାର ଗମ୍ଭୀର ଆରୋପ ଲଦିଛନ୍ତି। ମାମଲାର ଶୁଣାଣୀ କରୁଛନ୍ତି ପଞ୍ଜାବ ଓ ହରିଆଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୀଲ ନାଗୁ ଓ ଜଷ୍ଟିସ ସଞ୍ଜୀବ ବେରିଙ୍କ ଖଣ୍ଡପୀଠ। ଅଦାଲତ କହିଛନ୍ତି, ଏମିତିରେ ସିବିଆଇ ଉପରେ ଅଧିକ କାର୍ଯ୍ୟର ଭାର ରହିଛି। କୋର୍ଟ ଯେ ପର୍ଯ୍ୟନ୍ତ ରାଜ୍ୟ ପୁଲିସର ତଦନ୍ତରେ କୌଣସି ଶୀଥିଳତା ବା ତୃଟି ପରିଲକ୍ଷିତ କରିନାହାନ୍ତି। ସେପର୍ଯ୍ୟନ୍ତ ତଦନ୍ତକୁ ହସ୍ତାନ୍ତର ଲାଗି କହିପାରିବେନି। ଏବେ ଏହି ମାମଲାର ଯାଞ୍ଚ ଚଣ୍ଡୀଗଡ଼ ପୁଲିସର ଏସଆଇଟି କରୁଛି। କିନ୍ତୁ ଆବେଦନକାରୀଙ୍କ କହିବା କଥା, ଘଟଣାର ସମ୍ୱେଦନଶୀଳତା ଦୃଷ୍ଟିରୁ ଏହାକୁ ସିବିଆଇକୁ ଦେବା ନ୍ୟାୟସଙ୍ଗତ ହେବ। ସିନିୟର ଆଇପିଏସ ଅଫିସର ଓ୍ୱାଇ ପୁରନ କୁମାର ରୋହତକର ପିଟିସି ବା ପୁଲିସ ଟ୍ରେନିଂ କଲେଜରେ ଆଇଜି ପଦରେ ମୁତୟନ ଥିଲେ। ଅକ୍ଟୋବର ୭ରେ ଚଣ୍ଡୀଗଡ଼ ସେକ୍ଟର-୧୧ ସ୍ଥିତ ନିଜ ଘର ବେସମେଣ୍ଟରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ୮ ପୃଷ୍ଠାର ସୁଇସାଇଡ୍ ନୋଟରେ ଡିଜିପି ଶତୃଜିତ କପୁର, ରୋହତକ ଏସପି ନରେନ୍ଦ୍ର ବିଜାରଣିୟାଙ୍କ ସମେତ ୧୫ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଗମ୍ଭୀର ଆରୋପ ଲଗାଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now