ସଂଧ୍ୟା ୫ଟା ଯାଏ ମହଲତ ଦିଆଯାଇଛି। ହରିଆଣାର ଅତିରିକ୍ତ ଡିଜି ଓ୍ୱାଇ ପୁରନ କୁମାରଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀ ଆଇଏଏସ ଅମନିତ ପି କୁମାରଙ୍କୁ ସଂଧ୍ୟା ୫ଟା ଯାଏ ସମୟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି। ସେକ୍ଟର-୨୪ ସ୍ଥିତ ଅମନିତଙ୍କ ଘରେ ପହଞ୍ଚି ଓ୍ୱାଇ ପୁରନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକସନ୍ତପ୍ତ ପରିବାରକୁ ଭେଟି ନ୍ୟାୟ ଦେବାକୁ କଥା ଦେଇଛନ୍ତି। କୁହାଯାଉଛି ଡିଜିପି ଶତୃଜିତ କୁପରଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇପାରନ୍ତି ସରକାର। ଏହା ସହ ରୋହତକ ଏସପି ନରେନ୍ଦ୍ର ବିଜରଣିଆଙ୍କୁ ପଦରୁ ହଟାଇପାରନ୍ତି ସରକାର। ସଂଧ୍ୟା ୫ଟା ସୁଦ୍ଧା ଏ ନେଇ ବିଧିବଦ୍ଧ ଅର୍ଡର ବାହାରିପାରେ। ଅମନିତଙ୍କ ସହ ପ୍ରାୟ ଘଣ୍ଟାଏ କାଳ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ସୈଇନି।

ମିଟିଂ ବେଳେ ସୁଇସାଇଡ୍ ନୋଟରେ ଲେଖାଯାଇଥିବା ଅଭିଯୁକ୍ତଙ୍କୁ ଗିରଫ, ସସପେଣ୍ଡ ସମେତ ପରିବାରକୁ ସୁରକ୍ଷା ଦେବାକୁ ଦାବି ହୋଇଛି। ଏହା ଆତ୍ମହତ୍ୟା ନୁହେଁ, ମର୍ଡର ବୋଲି କହିଛନ୍ତି ଅମନିତ। ଜାପାନରୁ ଆସି ଚଣ୍ଡିଗଡ଼ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିବା ମାତ୍ରେ ବିିମାନବନ୍ଦରରେ ହିଁ ଡିଜିପି ଶତୃଜିତଙ୍କଠୁ ସୁଇସାଇଡ୍ ମାମଲାର ପୁରା ରିପୋର୍ଟ ମାଗିଥିଲେ। ଆଜି ପୁରନ କୁମାରଙ୍କ ଶବ ବ୍ୟବଛେଦ ହୋଇପାରେ। ବୁଧବାର ଅମନିତ ବି ଜାପାନ ଗସ୍ତରୁ ଚଣ୍ଡିଗଡ଼ ଫେରିଆସିଥିଲେ। ଫେରିଆସିବା ପରେ ସ୍ୱାମୀଙ୍କ ଶବବ୍ୟବଛେଦ କରାଇବାକୁ ରାଜି ହୋଇନଥିଲେ। ଯେବେ ତାଙ୍କ ବଡ଼ ଝିଅ ଆମେରିକାରୁ ଆସି ଚଣ୍ଡିଗଡ଼ରେ ପହଞ୍ଚିବେ, ତେବେ ଯାଇ ଶବ ବ୍ୟବଛେଦ ଉପରେ ନିଷ୍ପତ୍ତି ନିଆଯିବ। ଶବ ବ୍ୟବଛେଦ ବେଳେ ସେ ନିଜେ ଉପସ୍ଥିତ ରହିବେ। ଏହାର ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି କରିଲା ପରେ ଯାଇ ଅନ୍ତିମ ସଂସ୍କାର ହେବ। ଅମନିତ ଆରୋପ ଲଦିଛନ୍ତି ଯେ, ତାଙ୍କ ସ୍ୱାମୀ ଅନୁସୂଚିତ ଜାତିର ହୋଇଥିବାରୁ ଜାତିଆଣ ଭେଦଭାବ, ଜାତିକୁ ଲଗାଇ ଗାଳିଗୁଲଜ ଓ ସାର୍ବଜନିକ ରୂପରେ ଅପମାନିତ କରୁଥିଲେ କିଛି ଅଧିକାରୀ। ଆଇଜିଙ୍କ ଶବ ଚଣ୍ଡିଗଡ଼ର ସେକ୍ଟର-୧୬ ସ୍ଥିତ ସରକାରୀ ହସ୍ପିଟାଲର ଶବଗୃହରେ ରଖାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now