୧୧ କଏଦୀଙ୍କୁ ଏକାସାଙ୍ଗରେ ଫାଶୀ

ରବିବାର ୧୧ କଏଦୀଙ୍କୁ ଏକାସାଙ୍ଗରେ ଫାଶୀ ଦେଲା ଇରାନ। ପୁଣି ସାମ୍ନାରୁ ଆସିଲା ଇରାନ୍ ସରକାରଙ୍କ କ୍ରୁରତା । କଏଦୀଙ୍କୁ ଫାଶୀ ଦେବା ପରେ ମାନବ ଅଧିକାର ସଂଗଠନ ଇରାନ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛି । ରବିବାର ଦିନ ନରୱେର ହେଙ୍ଗାବ ଏବଂ ଇରାନର ହାଲଓ୍ବଶ ଗୋଷ୍ଠୀ କହିଛନ୍ତି ଯେ ମୃତ୍ୟୁଦଣ୍ଡ ପାଇଥିବା କଏଦୀଙ୍କ ମଧ୍ୟରୁ ୭ ଜଣ କଏଦୀଙ୍କୁ ମଧ୍ୟ ଇରାନର ୟଜଦ ସେଣ୍ଟ୍ରାଲ ଜେଲରେ ଏବଂ ବାକି ୪ଜଣଙ୍କୁ ଦକ୍ଷିଣ ପୂର୍ବର ଜାହେଦାନ ସେଣ୍ଟ୍ରାଲ ଜେଲରେ ଫାଶୀ ଦିଆଯାଇଛି। ଖବର ଅନୁଯାୟୀ ଫାଶୀ ଦିଆଯାଇଥିବା ବନ୍ଦୀମାନେ ହତ୍ୟା ଏବଂ ଡ୍ରଗ୍ସ ସମ୍ବନ୍ଧୀୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ମାନବ ଅଧିକାର ଗୋଷ୍ଠୀର ରିପୋର୍ଟ ଅନୁଯାୟୀ ସପ୍ତାହର ବୁଧବାରରୁ ରବିବାର ମଧ୍ୟରେ ଇରାନ ଜେଲରେ ଅତି କମରେ ୩୪ ଜଣ କଏଦୀଙ୍କୁ ଫାଶୀ ଦିଆଯାଇଛି । ଅମନେଷ୍ଟି ଇଣ୍ଟରନ୍ୟାସନାଲ ରିପୋର୍ଟ ଅନୁଯାୟୀ ବିଶ୍ବର ୫୫ଟି ଦେଶରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ୨୦୨୨ର ତଥ୍ୟ ଅନୁଯାୟୀ ଚୀନ୍ ସର୍ବାଧିକ ମୃତ୍ୟୁଦଣ୍ଡ ଦେଇଛି । ଏହାପରେ ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ଆମେରିକା ରହିଛି । ଅନେକ ମାନବାଧିକାର ଗୋଷ୍ଠୀ ମୃତ୍ୟୁଦଣ୍ଡ ଆଇନକୁ ବିରୋଧ କରୁଛନ୍ତି ଏବଂ ଦେଶରେ ମୃତ୍ୟୁଦଣ୍ଡ ରଦ୍ଦ କରିବାକୁ ଦାବି କରୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *