ଇରାନୀ ସାମ୍ୱାଦିକା ମାସିହା ଅଲିନେଜାଦଙ୍କୁ ହତ୍ୟା ଉଦ୍ୟମ କରି ଦୋଷୀ ସାବ୍ୟସ୍ତ ହେଲେ ଦୁଇ ଜଣ। ୟୁଏସ ସେକ୍ରେଟାରା ଅଫ ଷ୍ଟେଟ୍ ମାରକୋ ରୁବିଓ ସୂଚନା ଦେଇଛନ୍ତି ଯେ, ଏକ ଫେଡେରାଲ ନ୍ୟାୟାଳୟ ଆକ୍ରମଣକାରୀ ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାସିହାଙ୍କୁ ହତ୍ୟା କରିବାକୁ ଏହି ଦୁଇ ଜଣଙ୍କୁ ସୁପାରୀ ଦିଆଯାଇଥିଲା। ଆଉ ସୁପାରୀ ଦେଇ ଭଡ଼ାରେ ନିୟୋଜିତ କରିଥିଲେ ଇରାନ୍ ସରକାର। ୫ଲକ୍ଷ ୟୁଏସ ଡଲାରରେ ପୋଲାଡ ଓମାରୋଭ ଓ ରାଫତ୍ ଅମିରୋଭକୁ ସୁପାରୀ ଦିଆଯାଇଥିଲା। ଆମେରିକା ରାଷ୍ଟ୍ରପତି ଡାନୋଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଇରାନର ଛଦ୍ମବେଶ ଓ ଫ୍ରଣ୍ଟଗୃପକୁ ତଦନ୍ତ କରି ଏକ୍ସପୋଜ୍ କରାଯିବ। ଇରାନରେ ମହିଳାଙ୍କ ପ୍ରତି ହେଉଥିବା କୃରତା ବିରୁଦ୍ଧରେ ସବୁବେଳେ ସ୍ୱର ଉଠାଇ ଆସୁଛନ୍ତି ଆଲିନେଜାଦ୍। ସରିୟା ଆଇନର ଆଳରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ କ୍ରମାଗତ ସ୍ୱର ଉଠାଥିବାରୁ ତାଙ୍କୁ ମାରିବାକୁ ଇରାନ ସରକାର କୁଆଡ଼େ ସୁପାରୀ କିଲର ନିୟୋଜିତ କରିଥିଲେ। ଇରାନୀର ସୁପ୍ରିମ ଲିଡର ଅଲି ହୋସେନି ଖାମେନେଇଙ୍କୁ ସୋସିଆଲ ମିଡ଼ିଆ ପୋଷ୍ଟରେ ସିଧାସଳଖ ଚ୍ଯାଲେଞ୍ଜ କରିଛନ୍ତି ଆଲିନେଜାଦ୍। ଇରାନୀ ମହିଳା ବୁର୍ଖା ଓ ହେଡ୍ ସ୍କ୍ରାଫ୍ ପିନ୍ଧିବାକୁ ବାଧ୍ୟ କରିଛନ୍ତି ଇରାନୀ ସରକାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now