ହମାସ ନେତା ଇସମାଇଲ ହାନିଆଙ୍କ ହତ୍ୟା ପଛରେ ଇସ୍ରାଏଲର ହାତ। ସର୍ବସାଧାରଣରେ ସ୍ବୀକାର କଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ। ଏଭଳି ବୟାନ ପରେ ତେହରାନ ଓ ଇସ୍ରାଏଲ ମଧ୍ୟରେ ତିକ୍ତତାକୁ ବଢାଇ ଦେଇପାରେ। ମନ୍ତ୍ରୀ କାଟ୍ଜ କହିଥିଲେ ”ବର୍ତ୍ତମାନ ସମୟରେ ହୁତି ଆତଙ୍କବାଦୀ ସଙ୍ଗଠନ ଇସ୍ରାଏଲ ଉପରେ ମିସାଇଲ ମାଡ କରୁଛି। ମୁଁ ସଭିଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ ଆମେ ହମାସକୁ ହରାଇଲୁ, ହିଜବୁଲ୍ଲାହକୁ ବି ହରାଇଲୁ, ଇରାନର ପ୍ରତିରକ୍ଷା ପ୍ରଣାଳୀକୁ ଶେଷ କଲୁ, ସିରିଆରେ ଅସଦ ଶାସନକୁ ବି ଓଲଟାଇଦେଲୁ । ଏବେ ପୁଣି ଥରେ ୟେମେନରେ ହୁତି ଆତଙ୍କବାଦୀ ସଙ୍ଗଠନକୁ ବି ଶକ୍ତ ପାହାର ଦେବୁ ”। ତେବେ ଇରାନ ସମର୍ଥିତ ହୁତି ସମୂହ ୟେମେନରେ ସକ୍ରିୟ ଅଛନ୍ତି । ଗତ ଏକ ବର୍ଷ ଧରି ଲାଲ ସାଗରରେ ପଣ୍ୟ ଜାହାଜକୁ ଟାର୍ଗେଟ କରୁଛି ହୁତି ସମୂହ । ଇସ୍ରାଏଲ ଉପରେ ନାକାବନ୍ଦୀ କରିବାକୁ ପ୍ରୟାସ କରୁଛି ଏହି ଆତଙ୍କବାଦୀ ସଙ୍ଗଠନ । ଗତ ଜୁଲାଇରେ ହମାସ ନେତା ଇସମାଇଲ ହାନିଆକୁ ତେହରାନରେ ହତ୍ୟା କରାଯାଇଥିଲା । ଇରାନ ଏଥିପାଇଁ ଇସ୍ରାଏଲକୁ ଦାୟୀ କରିଥିଲା । ବର୍ତ୍ତମାନ ଇସ୍ରାଏଲ ଏଥିପାଇଁ ନିଜକୁ ଦାୟୀ କରିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now