ଆଇଆରଏସଙ୍କୁ ପେପରଓ୍ୱେଟରେ ମାରି ଆହତ କଲେ ଆସିଷ୍ଟାଣ୍ଟ କମିଶନର

ଆସିଷ୍ଟାଣ୍ଟ କମିଶନର ପେପରଓ୍ୱେଟରେ ମାରିଲେ ଆଇଆରଏସ ଅଫିସରଙ୍କୁ। ୟୁପିର ଇନକମ ଟାକ୍ସ ଅଫିସରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆସିଷ୍ଟାଣ୍ଟ କମିଶନର ଯୋଗେନ୍ଦ୍ର ମିଶ୍ରା ଆଇଆରଏସ ଅଧିକାରୀ ଗୌରବ ଗର୍ଗଙ୍କୁ ପେପରଓ୍ୱେଟରେ ମାରି ଆହତ କରିଛନ୍ତି। ଗୌରବ ଗର୍ଗ ଏକ ଗୋପନୀୟ ଯାଞ୍ଚ କରିବାକୁ ଯାଇଥିଲେ। ଏଥିରେ ସେ ଯୋଗେନ୍ଦ୍ରଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଥିଲେ। ଲକ୍ଷ୍ମୌରେ ପଚରାଉଚୁରା ବେଳେ ସହକାରୀ କମିଶନର ଯୋଗେନ୍ଦ୍ର ମିଶ୍ର ରୁମ୍ ବନ୍ଦ କରି ବାଡ଼େଇଥିଲେ ଗୌରବଙ୍କୁ। ପେପରଓ୍ୱେଟ ମାଡ଼ରେ ଗୌରବଙ୍କୁ ଗୁରୁତର ଆଘାତ ଲାଗିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୋଗେନ୍ଦ୍ରଙ୍କ ନାଁରେ ଏତଲା ହୋଇଛି। ପୂର୍ବରୁ ବି ଯୋଗେନ୍ଦ୍ରଙ୍କ ନାଁରେ ବିଭାଗୀୟ ଯାଞ୍ଚର ସାମ୍ନା କରିବା ସହ ବିବାଦୀୟ ବ୍ୟବହାର ଲାଗି ଆରୋପ ରହିଛି। ଗୌରବ ଯୋଗେନ୍ଦ୍ରଙ୍କୁ ନିଜ ଦପ୍ତରର ଷଷ୍ଠ ମହଲାକୁ ନୋଟିସ୍ ଦେଇ ଡାକିଥିଲେ। ଆଉ ରୁମରେ ପହଞ୍ଚିବା ମାତ୍ରେ ଦୁହିଁଙ୍କ ଭିତରେ ବଚସା ହୋଇଥିଲା। କଥା ଏତେ ବଢ଼ିଯାଇଥିଲା ଯେ, ହାତାହାତି ଯାଏ କଥା ଘଟିଥିଲା। ନିଜ ରୁମକୁ ଗୌରବ ଫେରିଆସିଥିଲେ। ଆଉ ଯୋଗେନ୍ଦ୍ର ତାଙ୍କ ପଛପଟେ ପେପରଓ୍ୱେଟରେ ଆକ୍ରମଣ କରିଥିଲେ। ଏହା ପରେ ଭଙ୍ଗା କାଚରେ ଆହତ କରିଥିଲେ। ଗୌରବ ଗର୍ଗ ଲକ୍ଷ୍ନୌର ଆଇପିଏସ ଅଧିକାରୀ ରବୀନା ତ୍ୟାଗୀଙ୍କ ସ୍ୱାମୀ ଅଟନ୍ତି। ଯୋଗେନ୍ଦ୍ର ମିଶ୍ରା ୨୦୨୪ ବ୍ୟାଚର ଅଧିକାରୀ ଅଟନ୍ତି। ତାଙ୍କ ଉପରେ ୮ରୁ ୧୦ଟି ବିଭାଗୀୟ ଯାଞ୍ଚ ଚାଲୁଛି। କାନପୁରରେ କ୍ରିକେଟ ମ୍ୟାଚକୁ ନେଇ ବିବାଦ, ଧମକ, ଜାଲି ଚାଟିଂର ଆରୋପ ବି ରହିିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *