ଆୟକର ଅଫିସରେ ଆକ୍ରମଣ- ଆଇଆରଏସ ଯୋଗେନ୍ଦ୍ର ମିଶ୍ରା ସସପେଣ୍ଡ

ଲକ୍ଷ୍ନୌରେ ଆଇଆରଏସ ଗୌରବ ଗର୍ଗଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଆଇଆରଏସ ଯୋଗେନ୍ଦ୍ର ମିଶ୍ରା ସସପେଣ୍ଡ। ଆୟକର ବିଭାଗର ଆସିଷ୍ଟାଣ୍ଟ କମିଶନର ଯୋଗେନ୍ଦ୍ର ମିଶ୍ରାଙ୍କୁ ସସପେଣ୍ଡ କରିଛନ୍ତି ସରକାର। ଯୋଗେନ୍ଦ୍ରଙ୍କୁ ପଶ୍ଚିମବଙ୍ଗ-ସିକ୍କିମ ରିଜିଅନରେ ଆଟାଚ୍ କରିଦିଆଯାଇଛି। ଯୋଗେନ୍ଦ୍ର ଗଲା ମେ ୨୯ ତାରିଖରେ ଡେପୁଟି କମିଶନର ଗୌରବ ଗର୍ଗଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ଥିଲା। ପେପରଓ୍ୱେଟ୍ ଓ କାଚ ଗ୍ଲାସରେ ମାରି ଗୌରବଙ୍କ ମୁଣ୍ଡ ଫଟାଇଦେଇଥିଲେ ଯୋଗେନ୍ଦ୍ର। ଗୌରବଙ୍କ ଏତଲା କ୍ରମେ ପୁଲିସ ତଦନ୍ତ କରିଥିଲା। ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ଏତଲା ହୋଇଥିଲା। ଆଇଆରଏସ ଗୌରବ ଗର୍ଗଙ୍କ ସହ ବନ୍ଦ କୋଠରୀରେ ହୋଇଥିଲା ବିବାଦ। ମାଡ଼ପିଟ ପରେ ଗୌରବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗୌରବଙ୍କ ପତ୍ନୀ ଆଇପିଏସ ରବୀନା ତ୍ୟାଗୀ। ରବୀନା ନିଜ ପାଓ୍ୱାରର ଦୁରୁପଯୋଗ କରି ତାଙ୍କ ସ୍ୱାମୀଙ୍କୁ ମିଛ ମାମଲାରେ ଫସାଉଛନ୍ତି କହି ଯୋଗେନ୍ଦ୍ରଙ୍କ ପତ୍ନୀ ନେହା ଯିଏ ଏଆରଟିଓ ଅଛନ୍ତି, ସେ ଆୟକର କମିଶନରଙ୍କୁ ଭେଟି ଫେରାଦ୍ ହୋଇଥିଲେ। ସିସିଟିଭି ଫୁଟେଜ ଯାଞ୍ଚ ଲାଗି ଦାବି କରିଥିଲେ। ଯୋଗେନ୍ଦ୍ର ବି ନିଜକୁ ନିର୍ଦୋଷ ବୋଲି ସଫେଇ ଦେଇଥିଲେ। ଯୋଗେନ୍ଦ୍ରଙ୍କ ବିରୁଦ୍ଧରେ ଏମିତିରେ ସିନିୟରଙ୍କୁ ଧମକ, ଜାଲି ଚାଟିଂ ଜରିଆରେ ବ୍ଲାକମେଲିଂ ଭଳି ଅନେକ ଆରୋପ ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *