ମସଜିଦରେ ସୁଇସାଇଡ୍ ବ୍ଲାଷ୍ଟ..୧୨ ମୃତ

ଇସଲାମାବାଦର ଏକ ମସଜିଦରେ ଆତ୍ମଘାତି ବିସ୍ଫୋରଣ। ବିସ୍ଫୋରଣରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ୪୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଇସଲାମାବାଦର ସିୟା ମସଜିଦରେ ନମାଜ ବେଳେ ଏହି ବିସ୍ଫୋରଣ ହୋଇଥିଲା। ଫେଡେରାଲ କ୍ୟାପିଟାଲର ସେହେଜାଜ ଟାଉନସ୍ଥିତ ତରଲାଇ ଇମାମ ଏରିଆରେ ଏହି ଘଟଣା ଘଟିଛି। ବିସ୍ଫୋରଣ ପରେ ପଲିକ୍ଲିନିକ୍, ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ( ପିଆଇଏମଏସ) ଓ ସିଡିଏ ହସ୍ପିଟାଲରେ ଏମର୍ଜେନ୍ସି ଲାଗୁ ହୋଇଛି। ପୁଲିସ ଓ ରେସକ୍ୟୁ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ନଭେମ୍ୱର ୧୧, ୨୦୨୫ରେ ଇସଲାମାବାଦର ଡି-୧୧ ଏରିଆରେ ଏକ ଜିଲ୍ଲା ଓ ସେସନ କୋର୍ଟ ବିଲଡିଂ ବାହାରେ ସୁଇସାଇଡ୍ ବ୍ଲାଷ୍ଟ୍ ହୋଇଥିଲା। ଏହି ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ସହ ୩୦ରୁ ଅଧିକା ଲୋକ ଆହତ ହୋଇଥିଲେ। ଆଉ ୩ ମାସ ଭିତରେ ଆଉ ଏକ ବିସ୍ଫୋରଣ ଇସଲାମାବାଦକୁ ଥରାଇ ଦେଇଛି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *