ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ୍। ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟରୁ ମିଳିଲା ଜାମିନ୍। ୩୦ ହଜାର ଟଙ୍କା ମୁଚାଲିକାରେ ଅଦାଲତ ଜାମିନ ଦେଇଛନ୍ତି। ୩୦ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ ପାଇଛନ୍ତି ଜଗା। ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଜଗାଙ୍କୁ ଷଡ଼ଯନ୍ତ୍ରକାରୀ ଭାବେ ଅଭିହିତ କରିଥିଲା ପୁଲିସ। ମାଡ଼ ଘଟଣାରେ ଗଲା ଗୁରୁବାର ଗିରଫ ହୋଇଥିଲେ ଜଗନ୍ନାଥ।


Naxatra News is now on Whatsapp
Join and get latest news update delivered to you via whatsapp
Join Now