ଜଗତସିଂହପୁର ସହରରେ ଚିଟଫଣ୍ଡ ଠକେଇ । ଲୋନ ଦେବାକୁ କହି ଶତାଧିକ ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଆଦାୟ କରି ମହିଳାମାନଙ୍କ ସହାୟତାରେ ସଦର ଥାନା ପୋଲିସ ଦ୍ୱାରା ଧରା ପଡିଲା ଜଣେ ଯୁବକ। ଏଭଳି ଘଟଣା ଦେଖିବାକୁ ଜଗତସିଂହପୁର ସଦର ମହକୁମା ଅନ୍ତର୍ଗତ ଖେରସ ଅଞ୍ଚଳରେ। ସେଠାରେ ଏକ ଭଡା ଘରେ ଷ୍ଟେଟ ବ୍ୟାଙ୍କ କିଓସ୍କର ବ୍ୟାନର ମାରି ଏରସମା ଅଞ୍ଚଳର ସୁଧାଂଶୁ ଶେଖର ଦାସ ନାମକ ଜଣେ ଯୁବକ ମହିଳାଙ୍କ ନିକଟରୁ ଅର୍ଥ ଠକେଇ କରି ଜଗତସିଂହପୁର ପୋଲିସ ଦ୍ୱାରା ଅଟକ ରହିଥିବା ଦେଖିବାକୁ ମିଳିଛି। ଋଣ ଆଶା ଦେଖାଇ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ସ୍ଥାନୀୟ ଅଞ୍ଚଳର ମହିଳାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି। ପରେ ମହିଳାମାନେ ଋଣ ନ ପାଇ ଅର୍ଥ ଫେରସ୍ତ ମାଗି ଫେରସ୍ତ ନ ପାଇ ମଙ୍ଗଳବାର ଉକ୍ତ ଚିଟ ଫଣ୍ଡ ଅଫିସ ଘେରାଉ କରି ଜଗତସିଂହପୁର ପୋଲିସକୁ ଖବର ଦେଇଥିଲେ । ପରେ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଅଟକ ରରଖି ଥାନାକୁ ନେଇଥିବା ଦେଖିବାକୁ ମିଳିଛି । କେତେ ପରିମାଣରେ ଟଙ୍କା ଠକେଇ ହୋଇଛି ତାର ସଠିକ ତଥ୍ୟ ମିଳିପାରିନାହିଁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now