ଅଡ଼ଙ୍ଗ ବାଲିଘାଟକୁ ନେଇ ବିବାଦ

ଅନ୍ତର୍ଗତ ଖଇରାବାଦ ପଞ୍ଚାୟତ ଅଡ଼ଙ୍ଗ ବାଲିଘାଟକୁ ନେଇ ଲାଗି ରହିଛି ବିବାଦ। ଏହି ବାଲି ଘାଟରେ ବାରମ୍ବାର ଅଘଟଣ ଘଟୁଥିବାରୁ ଏହାକୁ ବନ୍ଦ କରିବାକୁ ଜିଦ ଧରିଛନ୍ତି ଗ୍ରାମବାସୀ । ଏଥିପାଇଁ ଖଣି ବିଭାଗ ଓ ଜିଲା ପ୍ରଶାସନର ଦ୍ୱାରସ୍ତ ମଧ୍ୟ ହୋଇଛନ୍ତି। ବାଲି ଉତ୍ତୋଳନ ପାଇଁ ବେଆଇନ ଭାବେ ମେସିନର ବ୍ୟବହାର କରାଯାଉଛି। ଫଳରେ ବିଭିନ୍ନ ସମୟରେ ଘଟୁଛି ଅଘଟଣ। ନଦୀ ଶଯ୍ୟାକୁ ଗଭୀର କରାଯାଉଥିବା ଯୋଗୁଁ ନଦୀକୁ ଶୌଚ ପାଇଁ ଯାଉଥିବା ଲୋକେ ବୁଡିକି ମୃତ୍ୟୁ ବରଣ କରୁଛନ୍ତି। ଏଥିପାଇଁ ସ୍ଥାନୀୟ ମହିଳା ବାଲି ଘାଟ କୁ ଜଗି ରହି ବାଲି ଉତ୍ତୋଳନ କୁ ବିରୋଧ କରିଛନ୍ତି।

ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ବେ ଘାଟ ରୁ ବାଲି ଉତ୍ତୋଳନ ପାଇଁ ଅନୁମତି ଦେଇଛି ଖଣି ବିଭାଗ। ସେଥିପାଇଁ  ମହିଳା ମାନେ ଦୀର୍ଘ ସମୟ ବାଲି ଘାଟ ନିକଟରେ ବସି ରହି ବାଲି ଉତ୍ତୋଳନ ବନ୍ଦ କରିଥିଲେ ।  କିଛି ଦିନ ତଳେ ଗ୍ରାମବାସୀ ମାନେ ଖଣି ଉପ ନିର୍ଦ୍ଦେଶକଙ୍କୁ ଭେଟି ବାଲି ଖାଦାନ କୁ ବନ୍ଦ କରିବା ପାଇଁ ଦାବି କରିଥିଲେ ମଧ୍ୟ କିଛି ଲାଭ ମିଳିନି। ତେବେ କାହା ଇସାରା ରେ ଏଠାରେ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଛି ତାକୁ ନେଇ ଚର୍ଚ୍ଚା ହେଉଛି। ସେପଟେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏହାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଘାଟରେ ବାଲି ଉତ୍ତୋଳନ ଯୋଗୁଁ  ୪ଜଣଙ୍କର ଜୀବନ ଗଲାଣି । ଗତ ୨୦୨୪ ଜାନୁଆରୀରେ ଜଣେ ନାବାଳକଙ୍କ ମୃତ୍ୟୁ ପରେ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବାଲି ଉତ୍ତୋଳନ ପାଇଁ ଥିବା ଯନ୍ତ୍ରପାତି ଓ ସାମଗ୍ରୀ ସିଜ କରି ବାଲି ଉତ୍ତୋଳନ ବନ୍ଦ କରିଥିଲେ। ମାତ୍ର ନିର୍ବାଚନର କିଛି ଦିନ ପରେ ପୁଣି ଆରମ୍ଭ ହୋଇଛି  ବାଲି ଉତ୍ତୋଳନ। ଆଗାମୀ ଦିନ ରେ ଏଠାରୁ ବାଲି ଉତ୍ତୋଳନ ବନ୍ଦ ନ ହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *