ଭାରତ ଓ ଇରାନ୍ ଭିତରେ ୨୦ତମ ସଂଯୁକ୍ତ ଆୟୋଗ ବୈଠକରେ ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ଇରାନର ବିଦେଶ ମନ୍ତ୍ରୀ ସଦେୟ ଆବାସ ଆରଗାଛିଙ୍କ ସହ ବୈଠକ ଅବସରରେ ଜୟଶଙ୍କର କହିଛନ୍ତି, ଭାରତକୁ ଏଭଳି ସମୟରେ ଇରାନ ମନ୍ତ୍ରୀ ଆସିଛନ୍ତି। ଯେତେବଳେ ଏପ୍ରିଲ ୨୨ର ପହଲଗାଁଓ ଆତଙ୍କି ଆକ୍ରମଣର ମୁହଁତୋଡ଼ ଜବାବ ଦେଉଛି ଭାରତ। ଭାରତ ଯୁଦ୍ଧ ଚାହେଁନା। କୌଣସି ପ୍ରକାରେ ସ୍ଥିତିକୁ ବିଗାଡ଼ିବା ବି ଉଦ୍ଦେଶ୍ୟ ନାହିଁ। କିନ୍ତୁ ସୀମାପାର୍ ଆତଙ୍କବାଦକୁ ରୋକିବାକୁ ବାଧ୍ୟ ହେଲା ଭାରତ ମେ ୭ରେ ଏୟାର ଷ୍ଟ୍ରାଇକ୍ କରିବାକୁ। ପାକିସ୍ତାନ ସହ ଅସ୍ତ୍ରବିରତି ନିୟମର ଉଲ୍ଲଂଘନ କରିବା ଭାରତର ଉଦେଶ୍ୟ ନୁହେଁ। କିନ୍ତୁ ଯଦି ଭାରତ ଉପରେ ମିଲିଟାରି ଆଟାକ୍ ହୁଏ, ଏହାର ମୁହଁତୋଡ଼ ଜବାବ ଦେବାକୁ ଭାରତ କଦାପି ପଛାଇବନି। ଜଣେ ପଡ଼ୋଶୀ ଓ କ୍ଲୋଜ୍ ପାର୍ଟନର ଭାବେ ଭାରତର ଏଭଳି ପରିସ୍ଥିତିକୁ ଇରାନ ବୁ଼୍ଝିପାରୁଥିବ ବୋଲି କହିଛନ୍ତି ଜୟଶଙ୍କର। ସାଉଦିଆରବର ବିଦେଶ ମନ୍ତ୍ରୀ ବି ଭାରତ ପହଞ୍ଚିଛନ୍ତି। ଅପରେସନ ସିନ୍ଦୂର ପରେ ପାକିସ୍ତାନର ଘନିଷ୍ଠ ସହଯୋଗୀ ମୁସଲିମ ରାଷ୍ଟ୍ର ସାଉଦିଆରବର ବିଦେଶ ମନ୍ତ୍ରୀ ଆଦିଲ୍ ଅଲଜୁବୈର ଭାରତକୁ ଅଘୋଷିତ ଯାତ୍ରା କରିଛନ୍ତି। ବିଦେଶ ମନ୍ତ୍ରୀ ଏସ,ଜୟଶଙ୍କରଙ୍କ ସହ ଭାରତ-ପାକିସ୍ତାନ ଭିତରେ ଚାଲିଥିବା ଉତ୍ତେଜନା ହ୍ରାସ ବାବଦରେ କଥାବାର୍ତ୍ତା କରିଛନ୍ତି ଆଦିଲ୍।


Naxatra News is now on Whatsapp
Join and get latest news update delivered to you via whatsapp
Join Now