ମୁସଲିମ୍ ସାମ୍ୱାଦିକ ଦମ୍ପତ୍ତି ବିଷ ଖାଇଲେ। ୟୁପିର ପିଲିିଭିଟ୍ ରେ ମୁସଲିମ ସାମ୍ୱାଦିକ ଦମ୍ପତ୍ତି ଇସରାର ଓ ପତ୍ନୀ ମିରାଜ୍ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପରେ ଆରୋପ ଲଦି ବିଷ ଖାଇଛନ୍ତି। ବିଷ ଖାଇବା ଆଗରୁ ଭିଡ଼ିଓ ଜାରି କରିଛନ୍ତି। ବିସଲପୁର ଉପଜିଲ୍ଲାପାଳ ନାଗେନ୍ଦ୍ର ପାଣ୍ଡେ, ବରଖେଡ଼ା ନଗର ପଞ୍ଚାୟତ ଅଧ୍ୟକ୍ଷ ଶ୍ୟାମ ବିହାରୀ ଭୋଜଓ୍ୱାଲ ଓ ଠିକାଦାର ମୋଇନଙ୍କ ଉପରେ ଉତ୍ପୀଡ଼ନର ଆରୋପ ଲଦିଛନ୍ତି। ସଡ଼କ ନିର୍ମାଣରେ ହୋଇଥିବା ଦୁର୍ନୀତିକୁ ଲୋକଲୋଚନକୁ ଆଣିବାରୁ ସେମାନଙ୍କ ଉପରେ ମିଛ ମାମଲା ରୁଜୁ କରାଗଲା। ପୁଲିସ ବି ତାଙ୍କ ପରିବାରକୁ ନାନା ଆଳରେ ହଇରାଣ ହରକତ କରୁଥିବାର ଆରୋପ ଲଦିଛନ୍ତି ଏହି ଦମ୍ପତ୍ତି। ବିଷ ଖାଇବା ପରେ ଉଭୟଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ସେମାନଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରଖେଡ଼ା କସବେର ନିବାସୀ ଅଟନ୍ତି ଇସରାର ଅହମ୍ମଦ। ପେଶାରେ ସାମ୍ୱାଦିକ। ନିକଟରେ ଠିକାଦାର ମୋଇନଙ୍କ ଅଭିଯୋଗ କ୍ରମେ ବରଖେଡ଼ା ପୁଲିସ ଇସରାରଙ୍କ ବିରୁଦ୍ଧରେ ଦାଦାବଟି ମାଗିବାର ମାମଲା ରୁଜୁ କରିଥିଲା। ପୁଲିସ ଇସରାରଙ୍କୁ ଗିରଫ କରିବାକୁ ବାରମ୍ୱାର ଧମକ ଦେଉଥିଲା। ମାମଲା ରୁଜୁ ପରେ ଇସରାର ଓ ତାଙ୍କ ପତ୍ନୀ ମିରାଜ୍ ଫେରାର୍ ହୋଇଯାଇଥିଲେ। ଗୁରୁବାର ଦୁହେଁ ମାନସିକ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟା ଲାଗି ପ୍ରୟାସ କରିଥିଲେ। ଏହାର ଲାଇଭ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now