ଗଲା ମାର୍ଚ୍ଚ ୮ ତାରିଖରେ ଦୈନିକ ଜାଗରଣର ସାମ୍ୱାଦିକ ରାଘବେନ୍ଦ୍ର ବାଜପେୟୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୁଲିସ। ୟୁପିର ସୀତାପୁର ଜିଲ୍ଲାରେ ସାମ୍ୱାଦିକଙ୍କ ହତ୍ୟାକାଣ୍ଡ ପଛର ମୁଖ୍ୟ ଖଳନାୟକ ଥିଲା ମନ୍ଦିର ପୁଜାରୀ ଶିବାନନ୍ଦ ବାବା। ମନ୍ଦିର ଭିତରେ ଶିବାନନ୍ଦ ବାବ ଓରଫ ବିକାଶ ରାଠୌର ଜଣେ ନାବାଳକକୁ ଦୁଷ୍କର୍ମ କରିବା ବେଳେ ଦେଖିଦେଇଥିଲେ ସାମ୍ୱାଦିକ ରାଘବେନ୍ଦ୍ର। ଏ ଖବର ଛାପିବେ ବୋଲି କହିଥିଲେ। ପୂଜକ ନିଜର ସମ୍ମାନ ଓ ପ୍ରତିଷ୍ଠା ବଞ୍ଚାଇବାକୁ ରାଘବେନ୍ଦ୍ରଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ସୁପାରୀ କିଲରଙ୍କୁ ୪ ଲକ୍ଷ ଟଙ୍କା ଦେଇ ସାମ୍ୱାଦିକଙ୍କୁ ମର୍ଡର କରିଥିଲେ। ଦିବା ଲୋକରେ ରାଘବେନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲକ୍ଷ୍ନୌ- ଦିଲ୍ଲୀ ହାଇଓ୍ୱରେ ଥିବା ହେମପୁର ଓଭରବ୍ରିଜ୍ ଉପରେ ଗୁଳି କରାଯାଇଥିଲା। ଏହି ମର୍ଡର ମିଷ୍ଚ୍ରିର ଖୁଲାସା ପାଇଁ ଏସଟିଏଫ ସହ ସୁଲତାନପୁର ପୁଲିସର ୧୨ଟି ଟିମ୍ ଛାନଭିନ୍ କରୁଥିଲା। ଶେଷରେ ପୁଲିସ ଅଭିଯୁକ୍ତ ଶିବାନନ୍ଦ ବାବା, ନିର୍ମଳ ସିଂ ଅସଲମ ଗାଜିଙ୍କୁ ଗିରଫ କରିଛି। ଦୁଇ ସୁଟର୍ ଫେରାର୍ ହୋଇଯାଇଛନ୍ତି।


Naxatra News is now on Whatsapp
Join and get latest news update delivered to you via whatsapp
Join Now