ଦୁର୍ନୀତି ମାମଲାରେ ନିର୍ଦୋଷ ସାବ୍ୟସ୍ତ ହେଲେ ଜଷ୍ଟିସ ନିର୍ମଳ ଯାଦବ। ୨୦୦୮ରେ ଏକ ଭ୍ରଷ୍ଟାଚାର ମାମଲାର ଶୁଣାଣୀ କରି ଜଷ୍ଟିସ ଯାଦବଙ୍କୁ ଦୋଷମୁକ୍ତ କରିଛନ୍ତି ସିବିଆଇ କୋର୍ଟ। ଜଣେ ସିଟିଂ ବିଚାରପତିଙ୍କ ନାଁରେ ସେତେବେଳେ ମିଛ ଓ ଉଦ୍ଦେଶ୍ୟମୂଳକ ଭାବେ ମାମଲା କରିଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ କଡ଼ା ସମାଲୋଚନା କରିଛନ୍ତି ଅଦାଲତ। ସିବିଆଇ ବିରୁଦ୍ଧରେ ଏକ ଫୈସଲା ଦେଇଥିବାରୁ ସିବିଆଇ ସଂପୃକ୍ତ ବିଚାରପତିଙ୍କୁ ମିଛ ମାମଲାରେ ଛନ୍ଦି ଦେବାକୁ ପ୍ରୟାସ କରିଥିଲା। ୧୭ ବର୍ଷ ପରେ ନ୍ୟାୟ ମିଳିଥିବାରୁ ଜଷ୍ଟିସ୍ ଆଶ୍ୱସ୍ତ ହୋଇଛନ୍ତି। ଆଉ କହିଛନ୍ତି, ଯାହା ଭଲ ଦିନ ଥିଲା, ତାହା ବହୁ କଷ୍ଟରେ ବିତିଲା। କୋର୍ଟରେ ହାଜିରା ହେବାକୁ ଯଦିଓ କୋର୍ଟ ରିହାତି ଦେଇଥିଲେ। ତା ସତ୍ତ୍ୱେ ପ୍ରତି ଶୁୃଣାଣୀ ବାବଦରେ ସେ ପଚାରୁଥିଲେ। ଅବସର ପୂର୍ବରୁ ବି ନ୍ୟାୟ ମିଳିବ ବୋଲି ବହୁ ଆଶା ଥିଲା। କିନ୍ତୁ ଲମ୍ୱିତ ପ୍ରକ୍ରିୟାରୁ ତାହା ବି ସମ୍ଭବ ହୋଇପାରିଲାନି। ଯାଦବଙ୍କ ଘର କବାଟ ଆଗରୁ ବିପୁଳ ଅର୍ଥ ମିଳିଥିବା ଦାବି କରାଯାଇଥିଲା। ପଞ୍ଜାବ ଓ ହରିଆଣା ହାଇକୋର୍ଟର ପୂର୍ବତନ ବିଚାରପତି ନିର୍ମଳ ଯାଦବଙ୍କୁ ମାର୍ଚ୍ଚ ୨୯ରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ଦୋଷମୁକ୍ତ କରିଛନ୍ତି। ଅଗଷ୍ଟ ୧୩, ୨୦୦୮ରେ ହାଇକୋର୍ଟର ଜଷ୍ଟିସ ଥିବା ନିର୍ମଳଜିତ୍ କୌରଙ୍କ ଘର ଆଗରେ ୧୫ଲକ୍ଷ ଟଙ୍କାର ଏକ ପେଟି ଭୁଲରେ ପହଞ୍ଚିଥିଲା। ଅଭିଯୋଗ ଥିଲା କି, ଏ ଟଙ୍କା ଜଷ୍ଟିସ କୌରଙ୍କୁ ଏକ ସମ୍ପତ୍ତି ବିବାଦ ମାମଲାକୁ ପ୍ରଭାବିତ କରିବାକୁ ଲାଞ୍ଚ ଆକାରରେ ଦିଆଯାଇଥିଲା। ଆଉ ଏହାର ଫୈସଲା କରିବାକୁ ଲାଗିଗଲା ୧୭ ବର୍ଷ। କୋର୍ଟ ପୂର୍ବତନ ବିଚାରପତି ନିର୍ମଳଜିତ୍ ଙ୍କ ସହ ଅନ୍ୟ ୪ ଜଣଙ୍କୁ ବି ଦୋଷମୁକ୍ତ କହି ଖଲାସ କରିଛନ୍ତି। ମାମଲାରେ ୫ ଅଭିଯୁକ୍ତଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇସାରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now