ନାବାଳିକା ଅପହର୍ତା ଅଦାଲତ ଚାଲାଣ, ଅପହୃତା ସ୍ୱଧାର ଗୃହରେ

Spread the love

କୋରେଇ : ଏକ ନାବାଳିକା ଅପହରଣ ମାମଲାରେ ପୁଲିସ ଅପହରଣକାରୀକୁ ଗିରଫ କରିବା ସହ ଅପହୃତାକୁ ଉଦ୍ଧାର କରି ସ୍ୱଧାର ଗୃହରେ ଛାଡିବା ସହ ଅପହରଣକାରୀକୁ ଅଦାଲତ ଚାଲାଣ କରିଛି । ପ୍ରକାଶଯେ ପାଣିକୋଇଲି ଥାନା ଅନ୍ତର୍ଗତ କରଦା ସପିସାହିରୁ ଏକ ନାବାଳିକା ସଠିପୁର ବଜାରକୁ ଆସି ଆଉ ଘରକୁ ଫେରିନଥିଲା ଓ ତାକୁ ଜୈନିକ ଯୁବକ ଅପହରଣ କରିନେଥଇିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ଏକ ମାମଲା ୧୫୧/୨୩ ରୁଜୁ କରାଯାଇ ତଦନ୍ତ ଚାଲିଥିଲା । ଶେଷରେ ତଦନ୍ତକାରୀ ସବଇନ୍ସପେକ୍ଟର ପ୍ରକାଶ କୁମାର ପ୍ରଧାନ ଉଭୟଙ୍କୁ ଧରିବାରେ ସଫଳ ହୋଇଥିଲେ । ନାବାଳିକା ସ୍ୱଧାର ଗୃହରେ ଛଡାଯିବା ସହ କ୍ଷୀରୋଦକୁ ଆଜି ଦଫା ୩୬୩ରେ ଅଦାଲତ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *