ଜ୍ୟୋତି ମଲହୋତ୍ରାଙ୍କ ରିମାଣ୍ଡ ଅବଧି ୪ ଦିନ ବଢ଼ିଲା

ପାକିସ୍ତାନ ପାଇଁ ଗୁପ୍ତଚରି ମାମଲାରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ପୁଲିସ ରିମାଣ୍ଡ ଆଉ ୪ ଦିନ ବଢ଼ିଲା। ହରିଆଣା କୋର୍ଟ ଜ୍ୟୋତିଙ୍କ ରିମାଣ୍ଡ ଅବଧି ୪ ଦିନ ବୃଦ୍ଧି କରିଛନ୍ତି। ଆଜି ଜ୍ୟୋତିଙ୍କ ୫ ଦିନିଆ ରିମାଣ୍ଡ ସରୁଥିଲା। ହରିଆଣା ହିସାର ଜିଲ୍ଲା କୋର୍ଟ ପୁଲିସକୁ ଆଉ ୪ ଦିନ ଲାଗି ଅନୁମତି ଦେଇଛନ୍ତି। ୩୩ ବର୍ଷୀୟା ଜ୍ୟୋତି ସମ୍ୱେଦନଶୀଳ ସୂଚନାକୁ ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭଙ୍କ ସହ ସେୟାର କରିଥିଲେ। ଯାହା ରାଷ୍ଟ୍ରର ଏକତା, ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ବିପଦ ଛିଡ଼ା କରିଥିବା କହିଛି ପୁଲିସ। ତେବେ କୌଣସି ଆତଙ୍କବାଦୀ ସଂଗଠନ ସହ ଜ୍ୟୋତିଙ୍କ ସିଧାସଳଖ ସଂପୃକ୍ତିର ପ୍ରମାଣ ନାହିଁ ବୋଲି ସ୍ପଷ୍ଟ କରିଛି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *