ପାକିସ୍ତାନ ପାଇଁ ଗୁପ୍ତଚରି – ୧୪ ଦିନ ବିଚାର ବିଭାଗୀୟ ହାଜତକୁ ଗଲେ ଜ୍ୟୋତି ମଲହୋତ୍ରା

ପ୍ରସିଦ୍ଧ ଟ୍ରାଭେଲ୍ ବ୍ଲଗର ଏବଂ ୟୁଟ୍ୟୁବ ଚ୍ୟାନେଲ୍ “ଟ୍ରାଭେଲ୍ ଉଇଥ୍ ଜୋ” (Travel with Jo) ର ସଂଚାଳିକା ଜ୍ୟୋତି ମଲହୋତ୍ରାଙ୍କ ପୁଲିସ ରିମାଣ୍ଡ ସରିବା ପରେ ତାଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କୁ ହିସାରରୁ ଗିରଫ କରାଯାଇଥିଲା। ତାଙ୍କ ଉପରେ ପାକିସ୍ତାନର ISI (Inter-Services Intelligence) ପାଇଁ ଗୁପ୍ତଚରି କରିଥିବା ଭଳି ଗୁରୁତର ଅଭିଯୋଗ ରହିଛି।ତଦନ୍ତକାରୀ ଏଜେନ୍ସି କହିଛି ଯେ, ଭାରତୀୟ ସେନା ସଂପର୍କିତ ଗୁପ୍ତ ସୂଚନା ଅନେକ ସମୟ ଧରି ଟେଲିଗ୍ରାମ୍, ହ୍ୱାଟସ୍ଆପ୍, ଏବଂ ସ୍ନାପଚ୍ୟାଟ୍ ଭଳି ଡିଜିଟାଲ୍ ମାଧ୍ୟମ ମାଧ୍ୟମରେ ପାକିସ୍ତାନକୁ ପଠାଇଥିଲେ। ଏହି ମାମଲାରେ ତାଙ୍କ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍‌ଗୁଡିକର ଫରେନ୍ସିକ୍ ତଦନ୍ତ ଅନୁସାରେ ୧୨ TB ଡାଟା ମିଳିଛି, ଯେଉଁଥିରେ ଅନେକ ଗୁପ୍ତ ତଥ୍ୟ ଓ ପାକିସ୍ତାନୀ ନାଗରିକଙ୍କ ସହ ସଂଯୋଗ ପ୍ରମାଣ ମିଳିଛି। ବିଶେଷ କଥା ହେଉଛି ଯେ ତାଙ୍କୁ ପାକିସ୍ତାନ ଯାତ୍ରା ସମୟରେ VIP ଟ୍ରିଟମେଣ୍ଟ ମିଳୁଥିଲା, ଏବଂ ତାଙ୍କ ସହ ଆର୍ମ୍‌ଡ୍ ଗାର୍ଡ୍ ମଧ୍ୟ ଥିଲେ।ତାଙ୍କ ଉପରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୫୨ ଓ Official Secrets Act ର ଧାରା ୩ ଓ ୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୁଲିସ ରିମାଣ୍ଡ ପରେ ହିସାର କୋର୍ଟ ତାଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *