ଦୁଇ ପୁତୁରାଙ୍କ ସହ ଥିଲା ଅବୈଧ ସମ୍ପର୍କ। ସ୍ୱାମୀ ଟ୍ରକ୍ ଡ୍ରାଇଭର ଥିଲେ। ଶେଷରେ ପୁତୁରାଙ୍କ ସହ ସମ୍ପର୍କ ରକ୍ଷା କରିବାକୁ ଯାଇ ସ୍ୱାମୀକୁ ସବୁଦିନ ଲାଗି ରାସ୍ତାରୁ ହଟାଇଦେଲେ ମହିଳା। କାନପୁରର ରୀନାଙ୍କ କାହାଣୀ ଯିଏ ଶୁଣୁଛି, ସ୍ତବ୍ଧ ହୋଇଯାଉଛି। ରୀନା ଧୀରେନ୍ଦ୍ର ପାଶଓ୍ୱାନଙ୍କୁ ବିବାହ କରିଥିଲେ। ଧୀରେନ୍ଦ୍ର ପେଶାରେ ଟ୍ରକ୍ ଡ୍ରାଇଭର ଥିଲେ। ଅଧିକାଂଶ ସମୟ ବାହାରେ ରହୁଥିଲେ। ଏହାରି ଭିତରେ ଧୀରେନ୍ଦ୍ରଙ୍କ ଦୁଇ ପୁତୁରା ସତୀଶ ଓ ଅଭିଷେକଙ୍କ ସହ ରୀନାଙ୍କର ଅବୈଧ ସମ୍ପର୍କ ଗଢ଼ି ଉଠିଥିଲା। ସତୀଶଙ୍କ ସହ ଅସଂଯତ ଅବସ୍ଥାରେ ଥିଲା ବେଳେ ଉଭୟଙ୍କୁ ଥରେ ଧରିପକାଇଥିଲେ ଧୀରେନ୍ଦ୍ର। ଆଉ ରୀନାଙ୍କଠୁ ମୋବାଇଲ ଛଡ଼ାଇନେଇଥିଲେ। ହେଲେ ରାସ୍ତାରେ କଣ୍ଟା ସାଜିଥିବାରୁ ସତୀଶ ସହ ମିଶି ରୀନା ଧୀରେନ୍ଦ୍ରଙ୍କୁ ମର୍ଡର କରିଦେଲା। ଆଉ ହତ୍ୟା ପଛରେ ପଡ଼ୋଶୀର ହାତ ଥିବାର ଆରୋପ ଲଦିଥିଲା। ନିର୍ଦୋଷ ପଡ଼ୋଶୀଙ୍କୁ ବି ଜେଲ୍ ଯିବାକୁ ପଡିଥିଲା। ତେବେ ପୁଲିସ ତଦନ୍ତରେ ଧରାପଡ଼ିବା ପରେ ଯେତେବେଳେ ସେମାନଙ୍କୁ ଗିରଫ କରି ଜିପରେ ବସାଇଥିଲା ପୁଲିସ। ପୁଲିସ ଭ୍ୟାନ ଭିତରେ ସତୀଶକୁ ଚାପୁଡ଼ା ଉପରେ ଚାପୁଡ଼ା ନାଦିଦେଇଥିଲା ରୀନା। କାରଣ ସତୀଶ ନିଜ ଦୋଷ ସ୍ୱୀକାର କରିନେଇଥିଲା। ପୁଲିସ ରୀନା ଫୋନରେ ୫୫ଟି ଅଶ୍ଲୀଳ ଭିଡ଼ିଓ ଜବତ କରିଛି। ଯେଉଁ ଭିଡ଼ିଓରେ ରୀନା ଦୁଇ ପୁତୁରା ସତୀଶ ଓ ଅଭିଷେକଙ୍କ ଯୌନକ୍ରୀଡ଼ାରେ ମାତିଥିବାର ରେକର୍ଡିଂ ଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now