କେରଳରେ ବୋମା ଧମକ! ଆଜି ଟାର୍ଗେଟରେ ସିଏମ ଅଫିସ୍

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଅଫିସକୁ ବୋମାରେ ଉଡ଼ାଇଦେବାକୁ ଆସିଛି ଇମେଲରେ ଧମକ। ପ୍ରଧାନମନ୍ତ୍ରୀ ମୋଦିଙ୍କ କେରଳ ଗସ୍ତ ଆଗରୁ ଏଭଳି ଧମକ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଅଫିସ, ସଚିବାଳୟ ଓ ପରିବହନ କମିଶନରଙ୍କ ଅଫିସ ସମେତ ପ୍ରମୁଖ ଜାଗାରେ ବମ୍ ବ୍ଲାଷ୍ଟର ଧମକ ଆସିଛି। ମେ ୨ରେ କେରଳ ଗସ୍ତ କରିବେ ମୋଦି। ଏଭଳି ଧମକକୁ ନେଇ ପୁଲିସ ହାଇଆଲର୍ଟରେ ରହିଛି। ସନ୍ଧାନୀ କୁକୁର ନେଇ ପ୍ରମୁଖ ଜାଗାରେ ଛାନଭିନ୍ ଆରମ୍ଭ ହୋଇଛି। ଗଲା ୨ ସପ୍ତାହ ଭିତରେ ଏଭଳି ୧୨ଟି ଧମକ ମିଳିଲାଣି। ଏହା ପୂର୍ବରୁ ଗତକାଲି ଥୁରୁବନନ୍ତପୁରମ ବିମାନବନ୍ଦରକୁ ଉଡ଼ାଇଦେବାକୁ ମିଳିଥିଲା ଧମକ। ଏୟାରପୋର୍ଟ ମ୍ୟାନେଜରଙ୍କ ଅଫିସିଆଲ ଆଇଡିରେ ଇମେଲ୍ ଜରିଆରେ ଏହି ଧମକ ମିଳିଥିଲା। ଧମକପୂର୍ଣ୍ଣ ମେଲ ପରେ କେରଳ ପୁଲିସ ଓ ସିଆଇଏସଏଫ ଏୟାରପୋର୍ଟରେ ପହଞ୍ଚି ଖାନତଲାସି ଆରମ୍ଭ କରିଥିଲା। ତେବେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିଲା। ଏହାର କିଛି ଦିନ ଆଗରୁ କେରଳ ହାଇକୋର୍ଟ ଓ ଜିଲ୍ଲାପାଳ ଅଫିସ ସମେତ ପ୍ରମୁଖ ସଂସ୍ଥାକୁ ବୋମାରେ ଉଡ଼ାଇବାକୁ ମିଳିଥିଲା ଧମକ। ତେବେ ଏମିତି ଧମକ କିଏ ଦେଉଛି, ତାକୁ ନେଇ ପୁଲିସ ଖୋଳତାଡ଼ ଜାରି ରଖିଥିଲେ ହେଁ ନିଷ୍କର୍ସରେ ପହଞ୍ଚିପାରିନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *