ଯୌନ ଶୋଷଣର ଶୀକାର ହୋଇଥିଲେ କିଟ୍ ନେପାଳୀ ଛାତ୍ରୀ

ଯୌନ ଶୋଷଣର ଶୀକାର ହୋଇଥିଲେ କିଟ୍ ର ନେପାଳୀ ଛାତ୍ରୀ। ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ଲିଖିତ ଉତ୍ତରରେ ଏ କଥା ସ୍ୱୀକାର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଘଟଣା ଘଟିବାର ୧୧ ମାସ ଆଗରୁ କିଟ୍ କର୍ତ୍ତୃପକ୍ଷଙ୍କ ପାଖରେ ସଂପୃକ୍ତ ଛାତ୍ରୀ ଜଣକ ଅଭିଯୋଗ କରିଥିଲେ। ମାର୍ଚ୍ଚ ୧୨, ୨୦୨୪ରେ ଯୌନଶୋଷଣର ଅଭିଯୋଗ ଆଣିଥିଲେ। ଏ ସମ୍ପର୍କରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ। କେଉଁ ପରିପ୍ରେକ୍ଷୀରେ ଅଭିଯୋଗ ସତ୍ତ୍ୱେ କିଟ୍ କର୍ତ୍ତୃପକ୍ଷ କିଛି କଲେନି। ଯଦି କିଛି ପଦକ୍ଷେପ ନେଇଛନ୍ତି, ତାହାର ବିସ୍ତୃତ ବିବରଣୀ ମାଗିଛନ୍ତି ସରକାର। ୟୁଜିସି ଗାଇଡଲାଇନ ଅନୁସାରେ କିଟ୍ ବିଶ୍ୱବିଦ୍ୟାଳୟ ବି ଆଭ୍ୟନ୍ତରୀଣ କମିଟି ଗଢ଼ିଛି। ଅନ୍ୟପଟେ କିଟ୍ ବିଶ୍ୱବିଦ୍ୟାଳୟରେ କେତେ ଅବସରପ୍ରାପ୍ତ ଆଇଏଏସ, ଆଇପିଏସ, ଓଏଏସ, ଓପିଏସ ଚାକିରୀ କରୁଛନ୍ତି। ପ୍ରଶ୍ନକର୍ତ୍ତା ବିଜେପି ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଏହାର ତଥ୍ୟ ସଂଗ୍ରହ କରାଯାଉଛି। ସେପଟେ ଗଲା ଆର୍ଥିକ ବର୍ଷରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟକୁ କୌଣସି ଅନୁଦାନ ଦିଆଯାଇନି ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *