କୋଲକାତାରେ ଜଣେ ଆଇନ ଛାତ୍ରୀଙ୍କୁ କଲେଜ କ୍ୟାମ୍ପସରେ ଗଣଦୁଷ୍କର୍ମ ଘଟଣାକୁ ନେଇ ବଙ୍ଗ ରାଜନୀତି ଉଠୁଛି ପଡ଼ୁଛି। ମୋଟ ୩ ଜଣ ଏହି ଅତ୍ୟାଚାର କରିଥିଲେ। ଦୁଇଜଣ ଏବେକାର ଛାତ୍ର ଥିଲା ବେଳେ ଜଣେ ପୂର୍ବତନ ଛାତ୍ର ଏଥିରେ ଅଭିଯୁକ୍ତ ଅଛନ୍ତି। ମହିଳା କମିଶନ ଏହି ମାମଲାରେ ନିଜ ଆଡ଼ୁ ସଂଜ୍ଞାନ ନେଇ କୋଲକାତା ପୁଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏହାକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିବା ସହ ତୁରନ୍ତ ଦୃଷ୍ଟାନ୍ତମୂଳକ ଆକ୍ସନ ଲାଗି ନିର୍ଦେଶ ଦେଇଛନ୍ତି। ୩ ଦିନ ଭିତରେ ଆକ୍ସନ ଟେକେନ ରିପୋର୍ଟ ଦେବାକୁ କହିଛନ୍ତି କମିଶନ। ସେପଟେ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଜୁଲାଇ ୧ ଯାଏ ପୁଲିସ ନିଜ କଷ୍ଟଡିକୁ ନେଇଛି। ଗାର୍ଡ ରୁମରେ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ ଅଭିଯୁକ୍ତ। ଜୁନ୍ ୨୫ ତାରିଖର ଘଟଣା। ଗ୍ରାଉଣ୍ଡ ଫ୍ଲୋରରେ ଥିବା ଗାର୍ଡ ରୁମର ଏହା ଘଟିଥିଲା। ଅଭିଯୁକ୍ତ ହେଲେ ମନୋଜିତ ମିଶ୍ର, ଜୈବ ଅହମ୍ମଦ ଓ ପ୍ରମିତ ମୁଖାର୍ଜୀ। ପୂର୍ବତନ ଛାତ୍ର ମନୋଜିତ ଶାସକ ଦଳ ଟିଏମସି ସହ ସଂପୃକ୍ତ ବୋଲି ଆରୋପ ଲଦିଛି ବିଜେପି। ସାଉଥକଲେଜର ଲ କଲେଜର ଘଟଣା। ବୁଧବାର ସଂଧ୍ୟା ସାଢ଼େ ୭ରୁ ରାତି ୧୦ଟା ଭିତରେ ଏହି ଗଣଦୁଷ୍କର୍ମ ହୋଇଥିଲା। ଅଭିଯୋଗ ଅନୁସାରେ ଆଗ ପୀଡ଼ିତାଙ୍କୁ କଲେଜରେ ରହିବାକୁ କହିଥିଲେ ଅଭିଯୁକ୍ତ। ଏହା ପରେ ଗ୍ରାଉଣ୍ଡ ଫ୍ଲୋରର ଏକ ରୁମକୁ ନେଇ ରାତି ୧୦ଟା ଯାଏଁ ଦୁଷ୍କର୍ମ କରିଥିଲେ। ସାମୂହିକ ଦୁଷ୍କର୍ମର ଭିଡ଼ିଓ ବି କରିଥିଲେ। କାହାକୁ ଏ କଥା କହିଲେ ଏହାର ଭିଡ଼ିଓ ଭାଇରାଲ କରିବାକୁ ଧମକ ଦେଇଥିଲେ। ଦୁଇ ଅଭିଯୁକ୍ତ ମନୋଜିତ ମିଶ୍ରା ଓ ଜୈବ ଅହମ୍ମଦଙ୍କୁ ଜୁନ୍ ୨୬ରେ ରାତି ସାଢ଼େ ୭ରେ ସିଦ୍ଧାର୍ଥ ଶଙ୍କର ରାୟ ଶିଶୁ ଉଦ୍ୟାନରୁ ଗିରଫ କରାଯାଇଥିଲା। ତୃତୀୟ ଅଭିଯୁକ୍ତ ପ୍ରମିତ ମୁଖାର୍ଜୀକୁ ରାତି ସାଢ଼େ ୧୨ରେ ଘରୁ ଉଠାଇନେଇଥିଲା ପୁଲିସ। ମନୋଜିତ କଲେଜର ପୂର୍ବତନ ଛାତ୍ର ହେତୁ ତାକୁ ଗଭର୍ଣ୍ଣିଂ ବଡ଼ିରେ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଥିଲା।


Naxatra News is now on Whatsapp
Join and get latest news update delivered to you via whatsapp
Join Now