ଲାହୋରରେ ସିରିଜ୍ ବିସ୍ଫୋରଣ

ପାକିସ୍ତାନ ଲାହୋରରେ ବଡ଼ ଧରଣର ବିସ୍ଫୋରଣ। ସହରରେ ଗୋଟିକ ପରେ ଗୋଟିଏ ତିନି ତିନୋଟି ବିସ୍ଫୋରଣ ହଇଚଇ ସୃଷ୍ଟି କରିଛି। ଗୁରୁବାର ସକାଳେ ବିସ୍ଫୋରଣ ପରେ ଲାହୋର ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଛି। ବିସ୍ଫୋରଣ ପରେ ତୁରନ୍ତ ଅଞ୍ଚଳରେ ସାଇରନ ବାଜିଥିଲା। ଜରୁରୀକାଳୀନ ପରିସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଛି। ଲାହୋରର ଗୋପାଳନଗର ଓ ନସିରାବାଦ୍ ଅଞ୍ଚଳରେ ଓ୍ୱାଲଟନ ରୋଡରେ ଓ୍ୱାଲଟନ ଏୟାରପୋର୍ଟ ପାଖରେ ଏହି ଧମାକା ହୋଇଛି। ଲୋକେ ବି ଘାବରେଇ ନିଜ ଘରୁ ବାହାରି ଆସିଥିଲେ। ପ୍ରବଳ ଧୂଆଁ ଉଠିଥିଲା। ପୁଲିସ ଓ ରେସକ୍ୟୁ ଟିମ୍ ତୁରନ୍ତ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲା। ଡ୍ରୋନ ଦ୍ୱାରା ମିସାଇଲ ଆଟାକ୍ ହୋଇଥିବା କୁହାଯାଉଛି। ବିସ୍ଫୋରଣ ପରେ ଦେଶର ସୁରକ୍ଷା ଏଜେନ୍ସି, ଇନଫ୍ରାଷ୍ଟ୍ରକଚର ଓ ବ୍ୟାଙ୍କ ସହ ଜଡ଼ିତ ସିଷ୍ଟମକୁ ହାଇଆଲର୍ଟରେ ରଖାଯାଇଛି। ଭାରତ ବି ଅନେକ ଉଡ଼ାଣ ବାତିଲ କରିଛି। ସୀମାନ୍ତବର୍ତ୍ତୀ ସ୍କୁଲକୁ ବନ୍ଦ କରିଦିଆଯାଇଛି। ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଏଭଳି ବିସ୍ଫୋରଣ ପଛରେ କିଏ, ତାକୁ ନେଇ ତନାଘନା ଜାରି ରହିଛି। ଭାରତ ବି ପାକିସ୍ତାନ ସୀମାରେ ବ୍ଲାକଆଉଟ୍ ଡ୍ରିଲ୍ କରିଥିଲା। ସେପଟେ ଜମ୍ମୁକଶ୍ମୀର ପୁଞ୍ଛ ସେକ୍ଟର ଏଲଓସି ପାଖରେ ଥିବା ଗୁରୁଦ୍ୱାର ସାହିବ ଉପରେ ପାକିସ୍ତାନର ବୋମା ଆକ୍ରମଣରେ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି। ନିରୀହ ଲୋକଙ୍କୁ ନିଶାନା କରିବା ଭୁଲ୍ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ୱନ୍ତ ମାନ୍। ଭାରତ- ପାକିସ୍ତାନ ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରି ଉଭୟ ରାଷ୍ଟ୍ରଙ୍କ ଭିତରେ ଉତ୍ତେଜନା ହ୍ରାସ ଦିଗରେ ସେ ସହଯୋଗ କରିବେ ବୋଲି କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *