ଲାଲୁ ଯାଦବଙ୍କ ବିରୁଦ୍ଧରେ ପ୍ରୋସିଡିଂ ଲାଗି ଅନୁମତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରେଲଓ୍ୱେରେ ଚାକିରୀ ପାଇଁ ଜମି ଓ ମନି ଲଣ୍ଡରିଂ ମାମଲାରେ ଇଡି ତଦନ୍ତ କରିଥିଲା। ଜମି ବଦଳରେ ଚାକିରୀ ଘୋଟାଲା ମାମଲାରେ ଲାଲୁ ପ୍ରୋସିକ୍ଯୁଟ୍ ହେବେ। ୭୬ ବର୍ଷୀୟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ, ତାଙ୍କ ପୁଅ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ପରିବାରର ଅନ୍ୟମାନଙ୍କ ବିରୁଦ୍ଧରେ ଗଲା ବର୍ଷ ଅଗଷ୍ଟରେ ଇଡି ଚାର୍ଜସିଟ୍ ଫାଇଲ୍ କରିଥିଲା। ରେଳମନ୍ତ୍ରୀ ଥିଲା ବେଳେ ଲାଲୁ ଗୃପ୍ -ଡି ନିଯୁକ୍ତିରେ ବ୍ୟାପକ ଦୁର୍ନୀତି କରିଥିବାର ଆରୋପ ଥିଲା। ଲାଞ୍ଚ ଆକାରରେ ନିଯୁକ୍ତି ପାଇଥିବା ଲୋକଙ୍କୁ ସେମାନଙ୍କ ଜମିକୁ ଟ୍ରାନ୍ସଫର କରିବାକୁ କୁହାଯାଇଥିଲା। ସିବିଆଇ ଏତଲାରେ ଏହା ଉଲ୍ଲେଖ କରିଥିଲା। ଏ ସବୁ ଜମି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଲୁ ଓ ତାଙ୍କ ପରିବାର ନାଁରେ ରେକର୍ଡ ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now