ଲକ୍ଷ୍ନୌରୁ ଆସିଛି ପୁଲିସର ବର୍ବରତା। କିଛି ଓକିଲଙ୍କୁ ଥାନା ଭିତରେ ଗାଳିଗୁଲଜ, ବେଆଇନ ଅଟକ, ମାଡ଼ ମାରିବା ସହ ପରିଶ୍ରା ପିଇବାକୁ ବାଧ୍ୟ କରିଛନ୍ତି ପୁଲିସ କର୍ମୀ। ଥାନା ଭିତରେ ଥିବା ସମସ୍ତ ପୁଲିସ କର୍ମୀ ନିଶାଗ୍ରସ୍ତ ଅବସ୍ଥାରେ ଥିଲା ବେଳେ ଅନେକ ପୁଲିସ ପୋଷାକରେ ନଥିଲେ। ଏତିକିବେଳେ କିଛି ଅଭିଯୋଗ ଧରି ଓକିଲ ଥାନାକୁ ଗଲା ବେଳେ ଏଭଳି ପରିସ୍ଥିତିର ସମୁଖୀନ ହୋଇଥିବା ଆରୋପ ରହିଛି। ଏହାକୁ ନେଇ ଶୁକ୍ରବାର ରାତିରେ ଥାନା ଘେରାଓ କରିଥିଲା ଓକିଲ ସଂଘ। ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଶେଷରେ ବିଳମ୍ୱିତ ରାତିରେ ଥାନା ଅଧିକାରୀ ପଙ୍କଜ କୁମାର ସିଂଙ୍କ ସମେତ ୯ଜଣଙ୍କ ବିରୁଦ୍ଧରେ ଏତଲା ହେବା ପରେ ଆନ୍ଦୋଳନରୁ ହଟିଥିଲେ ଓକିଲ ସଂଘ। ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ଥାନାର ସିସିଟିଭି ଫୁଟେଜ୍ ବି ଡିଲିଟ୍ କରିଦେଇଥିବା ଅଭିଯୋଗ କରିଛି ଓକିଲ ସଂଘ। ଆଇନଜୀବି ସୌରଭ ବର୍ମାଙ୍କ ସମେତ ତାଙ୍କ ଅନୁଗତ ଓଲିଲ ଶିବମ ପାନ୍, ସୁଭମ ଯାଦବ ଓ ଅଭିଷେକ ସିଂ ଥାନାକୁ ଯାଇଥିଲା ବେଳେ ଏଭଳି ପରିସ୍ଥିତିରେ ପଡ଼ିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now