ଅଭିନେତ୍ରୀ ସେଲିନାଙ୍କ ଭାଇ ୟୁଏଇରେ ବେଆଇନ ଅଟକ- ଆଇନଗତ ସହାୟତା ଦେବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

୨୦୨୪ରୁ ୟୁଏଇରେ ଜେଲରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ ସେଲିନା ଜେଟଲିଙ୍କ ଭାଇ ତଥା ଅବସରପ୍ରାପ୍ତ ମେଜର ବିକ୍ରାନ୍ତ କୁମାର ଜେଟଲି। ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସେଲିନା। ସେଲିନା ଚାହୁଁଛନ୍ତି କି, କୋର୍ଟ ଭାରତୀୟ ଅଧିକାରୀଙ୍କୁ ନିର୍ଦେଶ ଦିଅନ୍ତୁ ଯେ, ତାଙ୍କ ଭାଇକୁ ଆବଶ୍ୟକୀୟ ଆଇନଗତ ଓ ଚିକିତ୍ସା ସହାୟତା ଉପଲବ୍ଧ କରିବାକୁ। ଆଉ ହାଇକୋର୍ଟ ବି ନିର୍ଦେଶ ଦେଇଛନ୍ତି ଯେ, ୟୁଏଇରେ ପୁଲିସ ହେପାଜତରେ ଥିବା ବିକ୍ରାନ୍ତଙ୍କୁ ପ୍ରଭାବୀ ଆଇନଗତ ସହାୟତାକୁ ଯେମିତି ସୁନିଶ୍ଚିତ କରାଯିବ। ଜଷ୍ଟିସ ସଚିନ ଦତ୍ତା ଏ ସନ୍ଦର୍ଭରେ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ଆଇନଗତ ସହାୟତା ସାଙ୍ଗକୁ ପରିବାର ସହ ସମ୍ପର୍କକୁ ନିଶ୍ଚିତ କରିବାକୁ ଜଣେ ନୋଡାଲ ଅଫିସର ନିଯୁକ୍ତ ଲାଗି ନିର୍ଦେଶ ଦିଆଯାଇଛଇ। ଯିଏ ପରିବାର ସହ ନିୟମିତ ସମ୍ପର୍କରେ ରହି ସବୁ ଅପଡେଟ୍ ଦେଉଥିବେ। ସରକାରଙ୍କ ପକ୍ଷରୁ କୁହାଯାଇଛି, ଭାରତୀୟ ଦୂତାବାସ କନସୁଲରଙ୍କୁ ଆକ୍ସେସ ଦିଆସରିଛି। କିନ୍ତୁ ସେଲିନା କହିଥିଲେ, ଏପର୍ଯ୍ୟନ୍ତ ସେ ତାଙ୍କ ଭାଇଙ୍କ ସହ ସମ୍ପର୍କ ସ୍ଥାପନ କରିପାରୁନାହାନ୍ତି। ଏହାର ପରବର୍ତ୍ତୀ ଶୁଣାଣୀ ଡିସେମ୍ୱର ୪ରେ ହେବ। ସେଲିନାଙ୍କ ଭାଇ ବିକ୍ରାନ୍ତଙ୍କୁ ସେପ୍ଟେମ୍ୱର ୨୦୨୩ରୁ ୟୁଏଇରେ ବେଆଇନ ଭାବେ ଗିରଫ କରି ରଖାଯାଇଛି ବୋଲି ଆବେଦନରେ ଦର୍ଶାଇଛନ୍ତି ସେଲିନା। ବିକ୍ରାନ୍ତ ୨୦୨୬ରେ MATITI GROUP ରେ କାର୍ଯ୍ୟରତ ଥିଲେ। ବର୍ଷେ ବିତିଯାଇଥିଲେ ସୁଦ୍ଧା ବିଦେଶ ମନ୍ତ୍ରାଳୟ ଭାଇଙ୍କର ସ୍ଥିତି ବା ଆଇନଗତ ପ୍ରକ୍ରିୟାର କୌଣସି ସୂଚନା ଦେଉନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *