ବନ୍ଧୁକ ଦେଖାଇ ୪ ମୁଖା ପିନ୍ଧା ଦୁର୍ବୁତ୍ତ ଚାଷୀଙ୍କ ଘରୁ ଲୁଟି ନେଲେ ୬୯ ହଜାର ଟଙ୍କା । କଳାହାଣ୍ଡି ଜିଲ୍ଲା କଲମପୁର ପୁଲିସ ଥାନା ଅଧିନସ୍ଥ ପଣ୍ଡିଗାଁରେ ଲୁଟ। ସୂଚନାଅନୁସାରେ ଗତ ବିଳମ୍ବିତ ରାତିରେ ବରୁଣ ମାଝୀ ନାମକ ଜନୈକ ଚାଷୀ ପ୍ରବଳ ଗରମ ହେବାରୁ ପରିବାର ସହ ଘର ବାହାରେ ଶୋଇଥିଲେ। ବରୁଣ ରାତିରେ ଉଠି ବେଳେ ୪ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ମୁଣ୍ଡ ଉପରେ ବନ୍ଧୁକ ରଖି ଧମକ ଦେଇଥିଲେ । ବରୁଣ ଆତଙ୍କିତ ହେଇ ଘରେ ଥିବା ୬୯ ହଜାର ଟଙ୍କା ଦୁର୍ବୁତ୍ତଙ୍କୁ ଦେଇଥିଲେ । ପରେ ଦୁର୍ବୁତ୍ତମାନେ ବରୁଣକୁ ନିକଟସ୍ଥ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ରାସ୍ତା ନିକଟକୁ ନେଇ ଛାଡିବା ସହ ସେଠାରେ ରଖିଥିବା ଦୁଇଟି ବାଇକରେ ଫେରାର ମାରିଥିଲେ। ଏନେଇ କଲମପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now