ମିଛ ମାମଲା- ମିଳୁନି ଚାକିରୀ!

ପରିବାର ଉପରେ ମିଛ ମାମଲା କରିଲେ ଭାଉଜ। ୪୯୮(ଏ)ରେ ଘରୋଇ ହିଂସାର ଆରୋପ ଆଣିଲେ। ବିବାହର ମାତ୍ର ୧୦ଟା ଦିନ ପରେ ହିଁ ଏଭଳି ମାମଲାରୁ ପରିବାର ଉପରେ ବିପତ୍ତିର ପାହାଡ଼ ଛିଡ଼ାହୋଇଥିଲା। ମାମଲାକୁ ୫ ବର୍ଷ ହୋଇଗଲାଣି। କିନ୍ତୁ ଏ ଯାଏଁ ଟ୍ରାଏଲ ବି ଆରମ୍ଭ ହେଲାନି। ଆଇଆଇଟି ଗ୍ରାଜୁଏଟ୍ ହାଇଦ୍ରାବାଦର ପ୍ରତ୍ୟୁଷା ଛଲ୍ଲା ସୋସିଆଲ ମିଡ଼ିଆରେ ଆସି ଏ କଥାକୁ ସେୟାର କରିବା ପରେ ଚର୍ଚ୍ଚା ତେଜ୍ ହୋଇଛି। ପ୍ରତ୍ୟୁଷା ଗାନ୍ଧୀନଗର ଆଇଆଇଟି ଓ ଅହମଦାବାଦ ଆଇଆଇଏମରୁ ପାସ୍ ଆଉଟ୍। ଲମ୍ୱା ଭିଡ଼ିଓ କରି ୟୁଟ୍ୟୁବରେ ସେୟାର କରିଛନ୍ତି। ତାଙ୍କ ଭାଉଜ ମିଛ ମାମଲାରେ ପୁରା ପରିବାରକୁ ଛନ୍ଦି କେମିତି ତାଙ୍କ ଭାଇଠୁ ଟଙ୍କା ଅସୁଲି ଯୋଜନା କରିଥିଲେ,ସେ କଥାର ଅବତାରଣା କରିଛନ୍ତି ପ୍ରତ୍ୟୁଷା।

ତାଙ୍କ ଭାଇ ହାଇଦ୍ରାବାଦର ଏକ ଇଞ୍ଜିନିୟରିଂ କଲେଜରେ ପ୍ରଫେସର। ୨୦୧୯ରେ ରାଜମୁନ୍ଦରିରେ ବିବାହ କରିଥିଲେ। ମାତ୍ର ବିବାହ ୧୦ ଦିନ ତିଷ୍ଠିଥିଲା। ୫ ବର୍ଷ ହେଲାଣି ମାମଲାକୁ। ଟ୍ରାଏଲ ହେଉନି। ଏହା ପୁରା ପରିବାକୁ ଗଭୀର ଆଘାତ ଦେଇଛି। ବାପା ମାଆଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡ଼ିବାରେ ଲାଗିଲାଣି। ବକେୟା ମାମଲା ଲାଗି ପରିବାର ବେଶ୍ ଭୋଗିଲାଣି। ତାଙ୍କର ଭଲ ଏକାଡେମିକ୍ କ୍ୟାରିଅର ସତ୍ତ୍ୱେ ତାଙ୍କୁ କେଉଁଠି ବି ଚାକିରୀ ମିଳୁନି। ମିଛ ମାମଲା କରି ପୁରା ପରିବାରକୁ ବର୍ବାଦ କରିଦେଲେ ଭାଉଜ। ଭାଇଙ୍କୁ ନିଜ ବେଡରୁମକୁ ଯିବାକୁ ଦେଉନଥିଲେ। ବାପାମାଆଙ୍କ ସହ ଦୁର୍ବ୍ୟବହାର କରୁଥିଲେ। ଆତ୍ମହତ୍ୟା ଲାଗି ବାରମ୍ୱାର ଧମକ ଦେଉଥିଲେ। ଏମିତି କରି ନିଜ ଭାଇ, ଭଉଣୀ ଓ ପ୍ରେମିକ ସହ ମିଶି ଅର୍ଥ ଅସୁଲି ଲାଗି ଫନ୍ଦି କରିଥିଲେ।

ପତ୍ନୀ ନିର୍ଯ୍ୟାତନାରେ ଅତିଷ୍ଠ ବେଙ୍ଗାଲୁରୁ ଇଞ୍ଜିନିୟର ଅତୁଲ ସୁବାଷଙ୍କ ଆତ୍ମହତ୍ୟା ପରେ ଲାଗୁଥିଲା ହୁଏତ କିଛିଟା ସଂସ୍କାର ଆସିବ। ବ୍ୟବସ୍ଥା ଓ ଆଇନର ଅପବ୍ୟବହାର ରୋକିବ। କିନ୍ତୁ ଏହା ପରେ ପରେ ଦିଲ୍ଲୀର ୩୯ ବର୍ଷୀୟ ପୁନିତ ପତ୍ନୀଙ୍କ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା କରିଦେଇଥିଲେ। ଉଭୟଙ୍କ ଭିତରେ ଛାଡ଼ପତ୍ର ମାମଲା ଜାରି ବେଳେ ବ୍ୟବସାୟକୁ ନେଇ ବିବାଦ ଥିଲା। ଉଭୟ ଆତ୍ମହତ୍ୟା ମାମଲାରେ ନିର୍ଯାତନାର ଅଡିଓ ଓ ଭିଡିଓ ପଦାକୁ ଆସିଥିଲା। ଏହି ଦୁଇଟି ଘଟଣା ମନରୁ ନ ଲିଭୁଣୁ ପ୍ରତ୍ୟୁଷା କହିଲେଣି, କଅଣ ଆତ୍ମହତ୍ୟା ହିଁ ଏକ ମାତ୍ର ବାଟ କି ଏଭଳି ବିପତ୍ତିରୁ ବର୍ତ୍ତିବାକୁ। ମେଧାବୀ ସତ୍ତ୍ୱେ ମିଛ ମାମଲା ତାଙ୍କ କ୍ୟାରିଅରକୁ ବିପଦରେ ପକାଇଦେଇଛି। ଘରୋଇ ହିଂସାର କରୁଣ ପରିଣତି ସାମ୍ନାକୁ ଆସିବାରେ ଲାଗିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *