ଅବୈଧ ସମ୍ପର୍କକୁ ଆପତ୍ତି- ଶ୍ୱଶୁରକୁ ମର୍ଡର କଲା ବୋହୂ

ଶ୍ୱଶୁରଙ୍କୁ ମର୍ଡର କଲା ବୋହୂ। ମାଉରେ ଘଟିଛି ଏଭଳି ଅଭାବନୀୟ ଘଟଣା। ହତ୍ୟାକାରୀ ବୋହୁ ନିଜ ପ୍ରେମିକ ସାଜିଥିବା ମାଉସୀ ପୁଅ ରାମମିଲନ ସହ ମିଶି ଶ୍ୱଶୁରକୁ ହତ୍ୟା କରିଦେଲା। ପିଙ୍କି ୨ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ତାଙ୍କ ସ୍ୱାମୀ ଚନ୍ଦନ ବିଦେଶକୁ ଚାଲିଯାଇଥିଲେ। ଆଉ ୨ ବର୍ଷ ହେଲା ସେ ଘରକୁ ଆସୁନଥିଲା। ସେତେବେଳେ ମାଉସୀ ପୁଅ ରାମମିଲନ ସହ ପିଙ୍କିର ସମ୍ପର୍କ ଦେଢ଼ ବର୍ଷ ଧରି ବଢ଼ିଥିଲା। ପିଙ୍କିର ଶ୍ୱଶୁର ଯେବେ ଏହାକୁ ବିରୋଧ କଲେ, ଏଥିରେ ପିଙ୍କି ଶ୍ୱଶୁରକୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଯୋଜନା ମୁତାବକ ରାମମିଲନ ନିଜର ଦୁଇ ସାଙ୍ଗ ସୁଧିର ରାଜଭର ଓ ରୋହିତ ରାଜଭରଙ୍କ ସହ ମିଶି ଗେଡିକୁ ହତ୍ୟା କରିଦେଲେ। ମାଉ ଜନପଦ ଥାନା ସରାୟଲଖଂସି କ୍ଷେତ୍ରରେ ଅବୈଧ ସମ୍ପର୍କକୁ ବିରୋଧରୁ ଶ୍ୱଶୁରକୁ ଗଳା କାଟି ହତ୍ୟା କରିଥିଲା। ପୁଲିସ ୭୨ ଘଣ୍ଟା ଭିତରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି କହିଛନ୍ତି ଏଏସପି ଅନୁପ କୁମାର। ଗଲା ରବିବାର ଏହି ମର୍ଡର ହୋଇଥିଲା। ସୋମବାର ଦ୍ୱିପ୍ରହର ବେଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଚୋରପାଖୁର୍ଦ ଗାଁରେ ନଳକୂଅ ପାଖରେ ଅମୃତଭଣ୍ଡା ବଗିଚାରେ ୫୪ ବର୍ଷୀୟ ସୁବଚ୍ଚନ ଓରଫ ଗେଡି ରାଜଭରଙ୍କ ଶବ ମଳିଥିଲା। ତାଙ୍କର ଗଳା କାଟି ହତ୍ୟା କରାଯାଇଥିଲା। ମୃତକଙ୍କ ପତ୍ନୀ ରାମାବତୀ ଥାନାରେ ଏତଲା ଦେଇଥିଲେ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *