ଲଭ୍ ଜିହାଦ୍ ଫଣ୍ଡିଂ- ସାଙ୍ଘାତିକ ଷଡ଼ଯନ୍ତ୍ର..

ଲଭ ଜିହାଦ ପାଇଁ ଫଣ୍ଡିଂ। ଫଣ୍ଡିଂ କରୁଥିଲେ ଇନ୍ଦୋରର କଂଗ୍ରେସ କାଉନସିଲର ଅନଓ୍ୱର କାଦରି। ଟାର୍ଗେଟରେ ଥିଲେ ହିନ୍ଦୁ ଝିଅ। ହିନ୍ଦୁ ଝିଅଙ୍କୁ ଟ୍ରାପ୍ କରି ପ୍ରେମ ଜାଲରେ ଫସାଇବାକୁ ଗଢ଼ିଥିଲେ ରାକେଟ। ଏହି ରାକେଟରେ ଥିବା ୨ ଜଣଙ୍କୁ ପୁଲିସ ଜେରା ପରେ କାଦ୍ରିଙ୍କ ଅସଲ ମୁଖା ସାମ୍ନାକୁ ଆସିଛି। ଦୁଇ ସପ୍ତାହ ତଳେ ଏ ଗୁମର ପଦାକୁ ବାହାରିସାରିଲାଣି। ସାହିଲ ସେଖ୍ ଓ ଅଲତାଫ ଅଲ୍ଲୀକୁ ଇନ୍ଦୋର ପୁଲିସ ଗିରଫ ପରେ ଏହି ଦୁଇ ଅଭିଯୁକ୍ତ ନିଜେ ଲଭ ଜିହାଦ ଲାଗି କେମିତି ଟଙ୍କା ନେଇ ମାତିଥିଲେ, ତାହା କହିଥିଲେ। ଅନଓ୍ୱର ସେମାନଙ୍କୁ ଫଣ୍ଡିଂ କରନ୍ତି ବୋଲି ସ୍ୱୀକାରୋକ୍ତି କରିଛନ୍ତି। ଏମାନେ ନିଜର ଧର୍ମ ଲୁଚାଉଥିଲେ। ଆଉ ରୋମାଣ୍ଟିକ ରିଲେସନସିପ୍ ବଢ଼ାଇ ଯୌନସମ୍ପର୍କ ରଖୁଥିଲେ। ହିନ୍ଦୁ ଝିଅଙ୍କୁ ଫସାଇବାକୁ ଏମାନଙ୍କୁ ୩ଲକ୍ଷ ଟଙ୍କା ଦେଇଥିଲା କାଦରି। ସାହିଲକୁ ୨ଲକ୍ଷ ଓ ଅଲତାଫକୁ ୧ଲକ୍ଷ। ହିନ୍ଦୁ ଝିଅଙ୍କୁ ଫସାଇ ବିବାହ କରିବା ଓ ଇସଲାମ ଧର୍ମକୁ ପରିବର୍ତ୍ତନ ଲାଗି ଏଭଳି ଆର୍ଥିକ ପ୍ରଲୋଭନ ଦେଖାଉଥିଲେ ଅନଓ୍ୱର। ଏତଲା ପରଠୁ କାଦ୍ରି ଫେରାର୍ ଅଛି। କାଦ୍ରିର ସୂଚନା ଦେଲେ ୧୦ହଜାର ଟଙ୍କାର ପୁରଷ୍କାର ଘୋଷଣା କରିଛି ପୁଲିସ। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବି କହିଛନ୍ତି, ଏଭଳି କୌଣସି ଅସାମାଜିକ ତତ୍ତ୍ୱ ପ୍ରତି ସରକାର କଠୋର ଆକ୍ସନ ନେବେ। ଆଇନ ଅନୁସାରେ ଦୃଢ଼ କାର୍ଯାନୁଷ୍ଠାନ ହେବ। କାଦ୍ରିର ଅତୀତର କ୍ରିମିନାଲ ରେକର୍ଡ ଓ ଲଭ୍ ଜିହାଦ ଭଳି ଗମ୍ଭୀରତାକୁ ଦେଖି ଇନ୍ଦୋର ଜିଲ୍ଲାପାଳ ଆଶୀଷ ସିଂ ବି କାଦ୍ରିକୁ ଏନଏସଏ ବା ଜାତୀୟ ନିରାପତ୍ତା ଆକ୍ଟରେ ବୁକ୍ କରିବାକୁ ଅନୁମତି ଦେଇସାରିଲେଣି। କାଦ୍ରି ବିରୁଦ୍ଧରେ ୧୮ଟି ମାମଲା ରହିଛି। ସାହିଲ ଓ ଅଲତାଫକୁ ହିନ୍ଦୁ ସଂଗଠନ ଏକ ଫ୍ଲାଟରୁ ଧରିଥିଲା। ହିନ୍ଦୁ ଝିଅଙ୍କ ସହ ସେମାନେ ଯେତେବେଳେ ଆପତ୍ତିଜନକ ଅବସ୍ଥାରେ ଥିଲେ। ଧନ ବଳରେ ଧର୍ମ ପରିବର୍ତ୍ତନର ଷଡ଼ଯନ୍ତ୍ରକୁ ନେଇ ସବୁଠି ହଇଚଇ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *