ଲଭ ଜିହାଦ୍ – ଶିବ ନାଁରେ କାସିମର କାରନାମା!

ସାହାଜାହାନପୁରରେ ଲଭ ଜିହାଦ ରାକେଟର ରୋଚକ ଖବର ସାମ୍ନାକୁ ଆସିଛି। ଅଭିଯୁକ୍ତ କାସିମ୍ ଜଣେ ନୁହେଁ, ଦୁଇ ଜଣ ନୁହେଁ। ୧୮ ଝିଅଙ୍କୁ ପ୍ରେମଜାଲରେ ପକାଇଥିଲା। ଶତାଧିକ ଅଶ୍ଲୀଳ ଫଟୋ ଓ ଭିଡ଼ିଓ ତା ଫୋନରୁ ମିଳିଛି। ବଡ଼ କଥା ହେଲା। ଏଏନଆଇ ରିପୋର୍ଟର ମୌଜାମ୍ ଖାନ ତାଙ୍କର ଦାଦା ପୁଅ ଭାଇ ବୋଲି କହିଛି କାସିମ୍। ହିନ୍ଦୁ ଯୁବତୀ ଆରୋପ ଲଗାଇଛନ୍ତି ଯେ, କାସିମ୍ ପଠାନ୍ ନିଜର ପରିଚୟ ଗୋପନ ରଖିଥିଲା। ଫେସବୁକ୍ ଓ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶିବ ବର୍ମା ନାଁରେ ମେସେଜ୍ କରୁଥିଲା। କଥାବାର୍ତ୍ତା ବଢ଼ିବାରୁ ମଥାରେ ଟିକା ଓ ହାତରେ କଡ଼ା ପିନ୍ଧି ମିଶିବାକୁ ଆସୁଥିଲେ। ଏହା ପରେ ଯୁବତୀକୁ ଭଡ଼ାରେ ନେଇଥିବା ଘରକୁ ନେଇ ବିବାହ କରିବା ଆଳରେ ଦୁଷ୍କର୍ମ କରିଥିଲା। ଏହା ପରେ ଯୁବତୀକୁ ଧର୍ମାନ୍ତରୀକରଣ ଲାଗି ଚାପ ପକାଉଥିଲା କାସିମ୍। ଭିଡ଼ିଓ ଭାଇରାଲ କରିବାକୁ କହି ବ୍ଲାକମେଲିଂ କରି ଚାଲିଥିଲା। ଧର୍ମ ପରିବର୍ତ୍ତନ ଚାପ ବଢ଼ିବାରୁ ଯୁବତୀ ପୁଲିସରେ ଅଭିଯୋଗ କରିଥିଲେ। କାସିମ୍ ମୋବାଇଲକୁ ଦେଖିବା ପରେ ଯୁବତୀ ବିଚଳିତ ହୋଇପଡ଼ିଲେ। କାସିମ୍ ମୋବାଇଲରେ ବହୁ ଯୁବତୀଙ୍କ ଭିଡ଼ିଓ ଥିଲା। ଏହା ପରେ ଜଣାପଡ଼ିଥିଲା ଯେ, ପୁରା ରାକେଟ ଚାଲିଛି। ଅଲଗା ଧର୍ମର ଝିଅଙ୍କୁ ଫସାଇ ଧର୍ମାନ୍ତରୀକରଣ କରିବା ମୁଖ୍ୟ ଉଦେଶ୍ୟ। ଏହି କାମରେ କାସିମ୍ ଭାଇ ଓ ସାଙ୍ଗସାଥୀ ସାମିଲ୍ ଅଛନ୍ତି। ଏ ଘଟଣାକୁ ନେଇ ହିନ୍ଦୁ ସଂଗଠନ କୋତଓ୍ୱାଲି ଥାନା ଆଗରେ ଧାରଣା ଦେଇଥିଲେ। ନାଭେଦ ଓରଫ କାସିମ୍ ପଠାନ, ଭାଇ ଫୈକ୍‌, ବାପା ଅସଲମ ଖାନ, ମା ଉଜମା ଓ ସାଙ୍ଗ ଅକିଲ ବିରୁଦ୍ଧରେ ଗୁଣଦୁଷ୍କର୍ମ ଓ ଧର୍ମାନ୍ତରୀକରଣ ଭଳି ଗମ୍ଭୀର ଧାରାରେ ପୁଲିସ ଏତଲା ରୁଜୁ କରିଛି। ଶିବ ନୁହେଁ, ସେ କାସିମ୍। ଲଭ୍ ଜିହାଦର ଭିନ୍ନ ରୂପକୁ ନେଇ ଶାହାଜହାନପୁରରେ ଚର୍ଚ୍ଚା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *