ଲଭ ସେକ୍ସ ଧୋକା;ଚର୍ଚ୍ଚାରେ ଜଣଶୁଣା ବ୍ୟବସାୟୀ ଆକାଶ ଅଗ୍ରୱାଲ

ବରଗଡର ଜଣେ ଜଣଶୁଣା ବ୍ୟବସାୟୀ  ଆକାଶ ଅଗ୍ରୱାଲଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି । ବିବାହିତ ହୋଇଥିଲେ ବି ଜଣେ ମହିଳାଙ୍କ ସହ ଦୀର୍ଘ ବର୍ଷ ହେଲା ପ୍ରେମ ସଂପର୍କ ରଖିଥିଲେ । ଶେଷରେ ବିବାହର ପ୍ରତିଶ୍ରୁତି ଦେଇ ନିଜ ନିକଟରେ ଆଣି ରଖିଥିଲେ । ବର୍ଷ ବର୍ଷ ଧରି ଶାରୀରିକ ସଂପର୍କ ରଖିବା ପରେ ସେ ଧୋକା ଦେଇଥିବା ନେଇ ପିଡିତା ମହିଳା ବରଗଡ ଟାଉନଥାନାରେ ଏତଲା ଦେଇଛନ୍ତି । ପୁଲିସ ଏତଲାକୁ ଭିତ୍ତି କରି କେସ ନଂ ୯୨ରେ ମାମଲା ରୁଜୁ କରି ବ୍ୟବସାୟୀ ଆକାଶ ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ମହିଳାଙ୍କ ଲିଖିତ ଅଭିଯୋଗରୁ ଯାହା ଜଣାପଡିଛି, ଗତ ୨୦୧୨ ମସିହାରେ ଆକାଶ ଓ ମହିଳାଙ୍କ ଭିତରେ ଦେଖା ହୋଇଥିଲା । ଭୁବନେଶ୍ୱରର ମହିଳା ଜଣକ ହୋଇଥିବା ବେଳେ ତାଙ୍କ ସହ ଧିରେ ଧିରେ ପ୍ରେମ ସଂପର୍କ ରହିଥିଲା । ଏହା ମଧ୍ୟରେ ଗତ ୨୦୨୨ ମସିହାରେ ସେ ବିବାହ କରିବେ କହି ବରଗଡକୁ ତାଙ୍କୁ ଡାକିଥିଲେ । ଏକ ଘରୋଇ ହୋଟେଲରେ ତାଙ୍କୁ ରଖି ବହୁ ଦିନ ଧରି ଶାରିରୀକ ସଂପର୍କ ରଖିଥିଲେ । ଆଉ ଏବେ ପ୍ରତାରଣା କରିଥିବା ଉଲ୍ଲେଖ କରିଛନ୍ତି ମହିଳା । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *