ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ- ଲୁଥ୍ରା ବ୍ରଦର୍ସଙ୍କୁ ଭାରତ ଆଣିବାରେ ଅସୁବିଧା କେଉଁଠି ?

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ମାମଲାରେ ଥାଇଲାଣ୍ଡ ଫେରାର୍ ହୋଇଯାଇଥିବା ଦୁଇ ଭାଇ ସୌରଭ ଓ ଗୌରବ ଲୁଥ୍ରାଙ୍କୁ ଫୁକେଟ ପୁଲିସ ହେପାଜତକୁ ନେଇଛି। ଆଉ ଦିନେ ଦୁଇ ଦିନ ଭିତରେ ଥାଇଲାଣ୍ଡ ଇଣ୍ଟରପୋଲ ଓ ସ୍ଥାନୀୟ ପୁଲିସ ତାଙ୍କୁ ଏସକର୍ଟ କରି ଫ୍ଲାଇଟରେ ବ୍ୟାଙ୍କକର ଡନ୍ ମୁଆଙ୍ଗ ଇଣ୍ଟରନାସନାଲ ଏୟାରପୋର୍ଟ ଆଣିବେ। ସେଠାରୁ ସିଧା ସୁଆନ ଲୁ ଇମିଗ୍ରେସନ ଡିଟେନସନ ସେଣ୍ଟର (ଆଇଡିସି)କୁ ପଠାଯିବ। ଭାରତକୁ ଫେରିବାର ସମସ୍ତ ଦସ୍ତାବିଜ୍ ପୂରଣ ନ ହେବା ଯାଏଁ ଆଇଡିସିରେ ୨ରୁ ୪ ଦିନ ଯାଏ ରଖାଯିବ। ଦୁଇ ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟ ଭାରତ ସରକାର ରଦ୍ଦ କରିଦେଇଥିବାରୁ ସମସ୍ୟା ଉପୁଜିଛି। ଏମାନେ ଥାଇଲାଣ୍ଡରେ ଓଭର ଷ୍ଟେ ରହୁଥିଲେ। ସେଥିଲାଗି ଭାରତ ସରକାର ପାସପୋର୍ଟକୁ ନିରସ୍ତ୍ର କରିଦେଲେ। ଏମିତିରେ ସାମାନ୍ୟ ଆଉଟ୍ ପାସ୍ ଜାରି ହୋଇପାରିବନି। ଏବେ ବ୍ୟାଙ୍କକ ସ୍ଥିତ ଭାରତୀୟ ଦୂତାବାସକୁ ଏମର୍ଜେନ୍ସି ସାର୍ଟିଫିକେଟ ନଚେତ୍ ସାର୍ଟିଫିକେଟ ଅଫ ଆଇଡେଣ୍ଟିଟି ଜାରି କରିବାକୁ ପଡ଼ିବ। ଏହି ଦସ୍ତାବିଜ ପ୍ରସ୍ତୁତ ଲାଗି ଦୁଇ ଦେଶର ଔପଚାରିକ ସହମତିରେ ହିଁ ୩୬ରୁ ୪୮ ଘଣ୍ଟା ଲାଗିବ। ବେଳେ ବେଳେ ୩ରୁ୪ଦିନ ଲାଗିଯାଏ। ଏମର୍ଜେନ୍ସି ସାର୍ଟିଫିକେଟ ପ୍ରକ୍ରିୟା ବି ଲମ୍ୱା। ଏଥିରେ ଆଇଡିସିରେ ଫଟୋ, ଫିଙ୍ଗରପ୍ରିଣ୍ଟ ଓ ପରିଚୟକୁ ଦୁଇଥର ପୁଷ୍ଟି କରାଯାଏ। ଭାରତ  ଓ ଥାଇଲାଣ୍ଡ ସରକାରଙ୍କ ଭିତରେ ଅଧିକାରୀକ ପତ୍ରାଳାପ, ପଳାତକ ବୋଲି ପ୍ରମାଣ ଓ ପ୍ରତ୍ୟର୍ପଣର ଓ୍ୱାରେଣ୍ଟର ଯଥାର୍ଥତାକୁ ଯାଞ୍ଚ କରିବା ସାମିଲ ଥାଏ। ଭାରତୀୟ ଦୂତାବାସ ଇସି ଜାରି କରିବ। ଥାଇ ଇମିଗ୍ରେସନ ଦ୍ୱାରା ଅନ୍ତିମ ମଞ୍ଜୁରୀ ଓ ଫ୍ଲାଇଟ୍ ଟିକଟ ବୁକିଂ କରିବା ବି ସାମିଲ ଅଛି। ଗୋଆ ପୁଲିସ ଓ ସିବିଆଇ ଟିମ୍ ବ୍ୟାଙ୍କକରେ ଅଛନ୍ତି। ଲଗାତାର ଥାଇ ଅଥୋରିଟି ଓ ଭାରତୀୟ ଦୂତାବାସଙ୍କ ସହ ସମନ୍ୱୟ ରଖାଯାଉଛି। ଲୁଥ୍ରା ବ୍ରଦର୍ସଙ୍କୁ କୋର୍ଟରୁ ବି ଝଟକା ଲାଗିଛି। ଆଗୁଆ ଜାମିନ ଆବେଦନକୁ ଖାରଜ କରିସାରିଛନ୍ତି ଦିଲ୍ଲୀର ରୋହିଣୀ କୋର୍ଟ। ଅଭିଯୁକ୍ତଙ୍କ ଓକିଲ କୋର୍ଟକୁ କହିଥିଲେ ଯେ, ସେମାନେ ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟାଙ୍କକ ଯାଇଥିଲେ। ସେମାନେ କେବଳ ନାଇଟ କ୍ଲବର ଲାଇସେନ୍ସ ହୋଲଡର ଥିଲେ। ବ୍ୟବସାୟ କିନ୍ତୁ ମ୍ୟାନେଜମେଣ୍ଟ ସମ୍ଭାଳୁଥିଲା। ଲୁଥ୍ରା ବ୍ରଦର୍ସଙ୍କ ଓକିଲ ତନୱିର ମୀର୍‌ କହିଛନ୍ତି, ଏ ଘଟଣା ଅତ୍ୟନ୍ତ ଦୁଖଦ। କିନ୍ତୁ ଏ ଘଟଣା ପରେ ଲୁଥ୍ରା ବ୍ରଦର୍ସ ଓ  ତାଙ୍କ ପରିବାରକୁ ମାରିକି ଜଳାଇଦେବାକୁ ଧମକ ମିଳୁଛି। ହେଲେ ଗୋଆ ସରକାରଙ୍କ ପକ୍ଷରୁ କୋର୍ଟକୁ କୁହାଯାଇଥିଲା, ୨୦୨୩ରେ ହିଁ ଟ୍ରେଡ୍ ଲାଇସେନ୍ସ ଏକ୍ସପାଏରୀ ହୋଇସାରିଛି। ଏହାର ନବୀକରଣ କରାଯାଇନି। ଲିଜ୍ ପାଇଁ ଲୁଥ୍ରା ବ୍ରଦର୍ସ ଆବେଦନ କରିଥିଲେ। ଅଭିଯୁକ୍ତ ଦୁଇ ଭାଇ ଯାଞ୍ଚରେ ସହଯୋଗ କରୁନାହାନ୍ତି। ଡିସେମ୍ୱର ୬ରେ ଥାଇଲାଣ୍ଡ ଯାଇନଥିଲେ। ଡିସେମ୍ୱର ୭ ସାଢ଼େ ଗୋଟାଏରେ ମେକ୍ ମାଇଁ ଟ୍ରିପ୍ ରେ ଲକ୍ଷାଧିକ ଟଙ୍କାରେ ଟିକଟ କରି ସକାଳ  ଇଣ୍ଡିଗୋ ଫ୍ଲାଇଟରେ ଥାଇଲାଣ୍ଡ ପଳେଇଲେ। ଥାଇଲାଣ୍ଡରେ କୌଣସି ବିଜନେସ କାମ ନଥିଲା। ଲୁଥ୍ରା ବ୍ରଦର୍ସଙ୍କୁ ଧରିବାକୁ ଡିସେମ୍ୱର ୭ରେ ଲୁକ୍ ଆଉଟ୍ ନୋଟିସ୍‌ ଜାରି ହୋଇଥିଲା। ଡିସେମ୍ୱର ୯ରେ ଇଣ୍ଟରପୋଲ୍ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିଥିଲା।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *