ଫ୍ରିଜ୍‌ରେ ୯ମାସ ଥିଲା ଶବ!

ଲିଭ୍ ଇନ ରିଲେସନସିପରେ ରହୁଥିଲେ। ୫ ବର୍ଷ ହେଲା ଏକାଠି ରହିବା ପରେ ପ୍ରେମିକାକୁ ମର୍ଡର କରିଦେଲା। ଆଉ ଶବକୁ ଫ୍ରିଜରେ ରଖିଥିଲା। ଆଶ୍ଟର୍ଯ୍ୟର କଥା, ଫ୍ରିଜ୍‌ରେ ଶବ ଥିଲା ପ୍ରାୟ ୯ ମାସ ଧରି। ମଧ୍ୟପ୍ରଦେଶ ଦେଓ୍ୱାସର ବୃନ୍ଦାବନ ଧାମ କଲୋନୀରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ମୃତ ଯୁବତୀଙ୍କ ନାଁ ପିଙ୍କି ପ୍ରଜାପତି। ସଞ୍ଜୟ ପଟିଦାର ନାମକ ଯୁବକ ସହ ୫ ବର୍ଷ ଧରି ଲିଭ୍ ଇନ ରିଲେସନସିପରେ ରହି ବିବାହ କରିବାକୁ ଚାପ ପକାଉଥିଲେ ପିଙ୍କି। ଆଉ ଏଥିରେ ବ୍ୟଥିତ ହୋଇ ସବୁଦିନ ଲାଗି ବାଟରୁ ହଟାଇବାକୁ ଯୋଜନା କରିଥିଲା ସଞ୍ଜୟ। ବିନୋଦ ଦାଓ୍ୱେ ନାମକ ଯୁବକ ସହ ମିଶି ମାର୍ଚ୍ଚ ମାସରେ ପିଙ୍କିକୁ ହତ୍ୟା କରିଥିଲା। ଆଉ ତା ପରେ ଫ୍ରିଜରେ ଶବକୁ ଲୁଚାଇ ରଖିଥିଲା। ଫ୍ରିଜ୍‌ର ସ୍ୱିଚ ଅନ କରି ସର୍ବନିମ୍ନ ତାପମାତ୍ରା ସେଟ୍ କରି ଛାଡ଼ିଦେଇଥିଲା। ଘର ଖାଲି କରି ବାହାରୁ ତାଲା ଠୁଙ୍କି ଫେରାର୍ ହୋଇଯାଇଥିଲା।  ସଞ୍ଜୟ ଜୁନ୍ ୨୦୨୩ରୁ ବୃନ୍ଦାବନ କଲୋନୀରେ ଧୀରେନ୍ଦ୍ର ଶ୍ରୀବାସ୍ତବଙ୍କ ଭଡ଼ା ଘର ଛାଡ଼ି ଦେଇଥିଲା। ତେବେ ଦୀର୍ଘ ୯ ମାସ ପରେ ଘରର ତାଲା ଭାଙ୍ଗି ପୁଲିସ ଫ୍ରିଜ୍ ଭିତରୁ ଶବକୁ ଉଦ୍ଧାର କରିଛି। ଏତେ ଦିନ ହେଲା ଏ ଘଟଣାର କେହି ଟେର୍ ପାଇନଥିଲେ। ତେବେ ଲାଇନ କଟିବାରୁ ଫ୍ରିଜ୍‌ ଚାଲିନଥିଲା। ସେଥିଲାଗି ଘରୁ ଦୁର୍ଗନ୍ଧ ବାହାରିଥିଲା। ଦୁର୍ଗନ୍ଧ ବାରିବା ପରେ ପଡୋଶୀଙ୍କ ସନ୍ଦେହ ହୋଇଥିଲା। ଆଉ ପୁଲିସକୁ ଜଣାଇବା ପରେ କଥା ସାମ୍ନାକୁ ଆସିଥିଲା। ଏହା ପରେ ତଦନ୍ତ କରି ଦୁଇ ଅଭିଯୁକ୍ତ ସଞ୍ଜୟ ଓ ବିନୋଦଙ୍କୁ ପୁଲିସ ଗିରଫ କରିଛି।

ପିଙ୍କିଙ୍କୁ ମର୍ଡର ପରେ ଜୁନରେ ହିଁ ଭଡ଼ା ଘର ଛାଡ଼ିଦେଇଥିଲା ସଞ୍ଜୟ। କିନ୍ତୁ ମାଷ୍ଟର ବେଡରୁମ୍ ଓ ଷ୍ଟଡି ରୁମକୁ ଖାଲି କରିନଥିଲା। ଏହି ଦୁଇଟି କୋଠରୀରେ ତାଲା ପକାଇ ଚାଲିଯାଇଥିଲା। ପରେ ଘର ମାଲିକ ଆଉ କାହାକୁ ଭଡ଼ା ଦେଇଥିଲେ। କିନ୍ତୁ ଲମ୍ଲା ସମୟ ଧରି ଏହି ଦୁଇଟି ରୁମରେ ଚାବି ଦେଇନଥିଲା କି ରୁମ୍ ଖାଲି କରିନଥିଲା ସଞ୍ଜୟ। ସେଥିଲାଗି ଭଡ଼ାଟିଆ ବଲବୀରଙ୍କୁ ରୁମର ତାଲା ଭାଙ୍ଗି ସଞ୍ଜୟଙ୍କ ସାମାନକୁ ବାହାରେ ରଖିଦେବାକୁ କହିଥିଲେ ଘର ମାଲିକ। ଗୁରୁବାର ଘରର ତାଲା ଭଙ୍ଗାଯାଇଥିଲା। ସେଠାରେ ଥିବା ଫ୍ରିଜ୍ ସ୍ୱିଚ ଅନ୍ ଥିଲା। ଆଉ ଭଡ଼ାରେ ଘର ନେଇଥିବା ବଲବୀର ସିଂ ସ୍ୱିଚ୍ ବନ୍ଦ କରିବା ମାତ୍ରେ ଶୁକ୍ରବାର ସକାଳୁ ଦୁର୍ଗନ୍ଧ ବାହାରିଥିଲା। ବଲବୀର  ଏ ନେଇ ପୁଲିସ ଓ ଘର ମାଲିକଙ୍କୁ ସୂଚନା ଦେଇଥିଲେ। ଆଉ ଫ୍ରିଜ୍ ଖୋଲିବା ମାତ୍ରେ ସମସ୍ତଙ୍କ ହୋସ୍ ଉଡ଼ିଯାଇଥିଲା। ଫ୍ରିଜ ଭିତରେ ଥିଲା ପିଙ୍କିଙ୍କ ଶବ। ଫ୍ରିଜକୁ ପୁରା କପଡ଼ାରେ ବାନ୍ଧି ତା ଉପରେ ଆଉ କିଛି ସାମଗ୍ରୀ ରଖିଦେଇଥିଲା ଅଭିଯୁକ୍ତ। ଶବ ଦୁର୍ଗନ୍ଧ ନ ହେବା ଲାଗି ଫନ୍ଦି କରିଥିଲା।

ଘଟଣା ପରେ ତୁରନ୍ତ ଦୁଇ ଅଭିଯୁକ୍ତ ସଞ୍ଜୟ ଓ ବିନୋଦଙ୍କୁ ଗିରଫ କରିଛି ପୁଲିସ। ଉଜୈନ ଜିଲ୍ଲାର ମୋଲାନା ଗାଁରେ ଥିବା ସଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *