ଯୁବକକୁ ପିଟି ପିଟି ହତ୍ୟା।ବାଲେଶ୍ବର ଜିଲ୍ଲା ସଦର ବ୍ଳକ୍ ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଅଭାବନୀୟ ଘଟଣା । ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ୪ ଜଣ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଦୋକାନୀ ଙ୍କ ପରିବାର ଲୋକେ। ଘଟଣାସ୍ଥଳରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି। ସୂଚନା ଅନୁଯାୟୀ ସାର୍ଥା ଗ୍ରାମର ଅଜୟ ଦାସଙ୍କ ଲୁଗା ଦୋକାନରୁ କିଛି ଦିନ ପୂର୍ବରୁ କିଛି ଦୁର୍ବୁର୍ତ୍ତ ତାଲା ଭାଙ୍ଗି ଚୋରି କରି ନେଇଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଚୋର ମାନଙ୍କର କୌଣସି ସନ୍ଧାନ ମିଳିନଥିଲା । ସୋମବାର ଅଜୟ ଦାସ ଏବଂ ତାଙ୍କ ଦୁଇ ପୁଅ ଦୋକାନରୁ ଚୋରି କରିଥିବା ସନ୍ଦେହରେ ଗ୍ରାମର ତ୍ରିଲୋଚନ ପ୍ରଧାନ, ସତିଶ ସିଂ, ଭାନୁ ପ୍ରଧାନ ଏବଂ ତପୁ ମହାନ୍ତିଙ୍କୁ ରାସ୍ତା ପାର୍ଶ୍ବ ରେ ଇଲେକ୍ଟ୍ରିକ ଖୁଣ୍ଟି ରେ ବାନ୍ଧି ଲୁହା ରଡରେ ନିସ୍ତୁକ ପିଟି ଥିଲେ। ଘଟଣା ସ୍ଥଳରେ ତ୍ରିଲୋଚନ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇ ଥିବା ବେଳେ ଅଭିଯୁକ୍ତ ଅଜୟ ଦାସ ଏବଂ ତାଙ୍କ ପୂଅ କୁ ପୋଲିସ ଅଟକ ରଖିଛି। ମୃତକ ଙ୍କ ପରିବାରକୁ କ୍ଷତିପୂରଣ ସହ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସମ୍ପର୍କୀୟ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now