ଷଣ୍ଢ ଜାଗାରେ କରେଣ୍ଟରେ ପଡିଲେ ଯୁବକ, ଚାଲିଗଲା ଜୀବନ

ଦିନକୁ ଦିନ ପଥ ଭ୍ରଷ୍ଟ ହେଉଛି ମଣିଷ । ଗାଈ ଏବଂ ଷଣ୍ଢଙ୍କ ଦାଉରୁ ନିଜ ଧାନକୁ ସୁରକ୍ଷିତ ରଖିବାକୁ ଲଗାଇଥିଲା କରେଣ୍ଟ। ସେଇ କରେଣ୍ଟ ଲାଗି ଚାଲିଗଲା ଜଣେ ଯୁବକର ଜୀବନ। ତେବେ ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅନ୍ତର୍ଗତ ଶୀତଳପୁର ଗ୍ରାମରେ । ଅଭିଯୋଗ ମୁତାବକ ଶୀତଳପୁର ଗାଁ ର  କାଂହୁ ପରିଡା ଙ୍କ ପୁଅ କାଳିଆ ପରିଡା ନିଜ ଧାନ ବଦାଡ଼ି ଚାରିପାଖରେ ଜିଆଇ ତାରରେ କରେଣ୍ଟ ଦେଇଥିଲା । ସେହି ରାସ୍ତାରେ ଶୀତଳପୁର ଗାଁ ର ଯୁବକ ରମେଶ ମାଝି ନିଜ ଗାଈ କୁ ଆଣିବା ସମୟରେ କରେଣ୍ଟ ଲାଗିବାରୁ ଯୁବକ ଜଣକ ମୃତ୍ୟୁ ବରଣ କରିଛି। ତେବେ କରେଣ୍ଟ  ଲାଗିବା ପରେ ସଙ୍ଗେ ସଙ୍ଗେ ଯୁବକକୁ ଆରଡ଼ି ମେଡିକାଲ କୁ ଆଣାଯାଇଥିଲା । ପରେ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ସେଠାର ତାଙ୍କୁ ମୃତ ଘୋଷଣା କରିଥିଲେ। ରମେଶ ମୃତ୍ୟୁ ପରେ ଆରଡ଼ି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ତାର କୁ ଜବତ କରିବା ସହ କରେଣ୍ଟ ଲଗାଇଥିବା କାଳିଆ ପରିଡା ର ବାପା କୁ ଅଟକ ରଖିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *