ସମ୍ଭୋଗ ପାଇଁ ପତ୍ନୀଙ୍କ ବାରଣ- ଛାତ ଉପରୁ ଠେଲିଦେଲା ସ୍ୱାମୀ

ଝାନସୀରୁ ଆସିଛି ଅଭାବନୀୟ ଘଟଣା। ଶାରୀରିକ ସମ୍ପର୍କ ରଖିବାକୁ ପତ୍ନୀ ବାରଣ କଲେ। ଆଉ ଏଥିରେ ଉତକ୍ଷିପ୍ତ ହୋଇ ଛାତରୁ
ଠେଲିଦେଲେ ପତ୍ନୀଙ୍କୁ। ଛାତରୁ ପଡ଼ିବା ପରେ ଗୁରୁତର ଆହତ ହୋଇଛନ୍ତି ମହିଳା। ତାଙ୍କର ଅଣ୍ଟା ଓ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଛି। ପୀଡ଼ିତା କହିଛନ୍ତି, ସେ ସବୁବେଳେ ତାଙ୍କ ସ୍ୱାମୀଙ୍କ ଦ୍ୱାରା ବଳପୂର୍ବକ ସମ୍ଭୋଗ ରଖିବାର ନିର୍ଯାତନାର ଶୀକାର ହୋଇଆସୁଥିଲେ। ମନା କରିବାରୁ ସେ ତାଙ୍କୁ ପାଖରେ ରଖିବେନି ବୋଲି ଧମକ ଦେଇଥିଲା। ଛାତରୁ ପଡ଼ିବା ମାତ୍ରେ ପଡ଼ୋଶୀ ଧାଇଁ ଆସିଥିଲେ। ଆଉ ପଡ଼ୋଶୀଙ୍କୁ ଦେଖି ଭୟରେ ଦୌଡ଼ି ପଳାଇଥିଲା ସ୍ୱାମୀ। ତୁରନ୍ତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଜଲଦି ସୁସ୍ଥ ହୋଇ ନ୍ୟାୟ ଲାଗି ଲଢ଼େଇ କରିବେ ଓ ଉଚିତ୍ ଶିକ୍ଷା ଦେବେ ବୋଲି କହିଛନ୍ତି ପୀଡ଼ିତା। ପୀଡ଼ିତା ମହିଳାଙ୍କ ନାଁ ହେଉଛି ତିଜା। ସେ ମୁକେଶ ଅହିରଓ୍ୱାରକୁ ୨୦୨୨ରେ ଲଭ୍ ମ୍ୟାରେଜ୍ କରିଥିଲେ। କିନ୍ତୁ ବର୍ଷେ ହେଲା ମୁକେଶଙ୍କ ବ୍ୟବହାରରେ ବଡ଼ ପରିବର୍ତ୍ତନ ଦେଖିବାକୁ ପାଇଥିଲେ। ଅଧିକାଂଶ ସମୟ ଘର ବାହାରେ ରୁହନ୍ତି। ଆଉ ଘରକୁ ଫେରିବା ମାତ୍ରେ ହିଂସ୍ରିକ ହୋଇପଡ଼ନ୍ତି। ତିଜାଙ୍କ ଅଭିଯୋଗ ଅନୁସାରେ, ସେ ତାଙ୍କୁ ଆଗ ପିଟିଥିଲେ ଓ ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। କିନ୍ତୁ ଏଥିରେ ରାଜି ନ ହେବାରୁ ଦୁଇ ମହଲା କୋଠାର ଛାତ ଉପରକୁ ନେଇ ଠେଲିଦେଇଥିଲେ। ଝାନସି ମେଡିକାଲ କଲେଜରେ ଏବେ ଚିକିତ୍ସାଧୀନ ଅଛନ୍ତି ତିଜା। ଏବେ ତାଙ୍କ ଅବସ୍ଥା ସ୍ଥିର ଅଛି। ପୀଡ଼ିତାଙ୍କ ବୟାନ ଓ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ମୁକେଶ ଫେରାର୍ ହୋଇଯାଇଛି। ତାକୁ ଗିରଫ କରିବାକୁ ପୁଲିସ ତନାଘନା ଜାରି ରଖିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *