ମ୍ୟାରେଜ ସ୍କାମ୍: ୨୩ ବର୍ଷରେ ୨୫ ବିବାହ- ସ୍ୱାମୀ କରୁଥିଲା କନ୍ୟାଦାନ

ରାଜସ୍ଥାନ ମ୍ୟାରେଜ ସ୍କାମ୍। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଠକେଇ ଘଟଣାର ନୂଆ ନଜିର ଆସିବାରେ ଲାଗିଛି। ବିବାହ ଏକ ମାତ୍ର ଆଳ ଥିଲା। କିନ୍ତୁ ମୁଖ୍ୟ ଉଦେଶ୍ୟ ଠକିବା ଥିଲା। ଅନେକ ମହିଳା ଏହି ଠକେଇ ଗ୍ୟାଙ୍ଗ୍‌ରେ ଜଡିତ ଥିଲେ। ଅନଲାଇନ ବିବାହ ମ୍ୟାଟ୍ରିମୋନିଆଲ ସାଇଟ, ଖବରକାଗଜ ଓ ସ୍ଥାନୀୟ ଦଲାଲଙ୍କ ମାଧ୍ୟମରେ ଭଲ ପରିବାର ଖୋଜି ବିବାହ ଉପରେ ଆଗକୁ ବଢ଼ୁଥିଲେ। ବିବାହ ପରେ ଅଳ୍ପ ସମୟ ମଧ୍ୟରେ ବରପକ୍ଷରୁ ଅଧିକ ଟଙ୍କା, ସଂପତ୍ତି, ଗହଣା ଆଦି ଦାବି କରି ଠକୁଥିଲେ। କିଛି ଦିନ ପରେ ବର ଓ ତାଙ୍କ ପରିବାରକୁ ଛାଡ଼ି ଚାଲିଯାଉଥିଲେ। ଏହି ମହିଳାମାନେ ପୁଣି ଏଭଳି ଠକେଇ କରି ଅନ୍ୟ ଜଣଙ୍କ ସହ ବିବାହ କରୁଥିଲେ। ରାଜସ୍ଥାନର ଅଜମେର, ଅଲୱର, ଧୋଲପୁର, ଜୟପୁର ଇତ୍ୟାଦି ଜିଲ୍ଲାରୁ ଏହି ପ୍ରକାର ଅନେକ ମାମଲା ସାମ୍ନାକୁ ଆସିଛି। ଏପର୍ଯ୍ୟନ୍ତ ପ୍ରାୟ ୪୦ରୁ ୫୦ ଏଭଳି ଠକେଇ ମାମଲା ଆସିଛି। ରାଜସ୍ଥାନ ପୁଲିସ ଏସଆଇଟି ଗଠନ କରି ଏହି ଗ୍ୟାଙ୍ଗ୍ ଉପରେ ତଦନ୍ତ ଜାରି ରଖିଛି। ଅନେକ ମହିଳା ଓ ଦଳାଲ ଗିରଫ ହୋଇଛନ୍ତି। ବିଭିନ୍ନ ରାଜ୍ୟ ମଧ୍ୟରେ ଏହି ଗ୍ୟାଙ୍ଗର ନେଟୱାର୍କ ଥିବା ପ୍ରମାଣ ମିଳିଛି। ୨୫ ବିବାହ କରିଥିବା ଲୁଟେରା କନ୍ୟା ଚଳାଉଥିଲା କର୍ପୋରେଟ ରାକେଟ। ପ୍ରତି ବିବାହକୁ ମିଳୁଥିଲା ୫୦ହଜାର ଟଙ୍କା। ସବୁଠୁ ବଡ଼ କଥା ମହିଳାଙ୍କ ସ୍ୱାମୀ କରୁଥିଲା କନ୍ୟାଦାନ। ପୁରା କର୍ପୋରେଟ ଷ୍ଟାଇଲରେ ଚାଲିଥିଲା ମ୍ୟାରେଜ ସ୍କାମ୍। ରାଜସ୍ଥାନର ଚିତୌଡ଼ଗଡ଼ ଓ ସଓ୍ୱାଇ ମାଧୋପୁର ପୁଲିସ ପଚରାଉଚୁରା ପରେ ଲୁଟେରା କନ୍ୟା ଅନୁରାଧା ପାଶଓ୍ୱାନ ଓ ତାଙ୍କ ସ୍ୱାମୀ ବିଶାଳ କୁମାରଙ୍କୁ ଗିରଫ କରିଛି। ଠକେଇରେ ଏହି ଯୋଡ଼ି ମାଷ୍ଟରମାଇଣ୍ଡ ଥିଲା। ଅନୁରାଧା ବିବାହ କରାଉଥିଲା ଓ ବିଶାଳ ସବୁ ଥର ତାହାର ଭାଇ ସାଜି କନ୍ୟାଦାନ କରୁଥିଲା। ଏଭଳି ବିବାହ ବଦଳରେ ଅନୁରାଧାକୁ ୫୦ହଜାର ଟଙ୍କା ମିଳୁଥିଲା। ଆଉ ଦଲାଲ ଲକ୍ଷାଧିକ ଟଙ୍କା ନେଉଥିଲେ। ପୁରା ଗ୍ୟାଙ୍ଗ ଭୋପାଳରୁ ଅପରେଟ ହେଉଥିଲା। ଅନୁରାଧା ସ୍ୱୀକାର କରିଛି ଯେ, ସେ ୨୫ରୁ ଅଧିକ ନକଲି ବିବାହ କରିସାରିଛି। ନକଲି ଆଧାର କାର୍ଡ, ନାଁ ବଦଳାଇ ଝିଅର ଫଟୋ ଦେଖାଇ ଜାଲରେ ଫସାଇବାକୁ ଫନ୍ଦି କରୁଥିଲେ ଗ୍ୟାଙ୍ଗ। ବିବାହ ପରେ ପରେ ନଗଦ ରାଶି ଓ ଗହଣା ନେଇ ଫେରାର୍ ହୋଇଯାଉଥିଲେ। ଅନେକ ମାମଲାରେ ଧରା ପଡ଼ିବା ପରେ ଟଙ୍କା ଦେଇ ବୁଝାମଣା କରିଦେଉଥିଲେ। ଯାହା ଫଳରେ କୋର୍ଟ ଯାଏ କଥା ପହଞ୍ଚୁନଥିଲା। ନିଜର ଦୁଇ ପିଲାଙ୍କୁ ଅନୁରାଧା ଓ ବିଶାଳ ନିଜ ଗାଁରେ ଜେଜେବାପା ଓ ଜେଜେମାଆଙ୍କ ପାଖରେ ଛାଡ଼ିଥିଲେ। ଏମିତି କରି ନିଜ କାମରେ ପୁରା ଫୋକସ କରିପାରୁଥିଲେ। ଗ୍ୟାଙ୍ଗରେ ଥିବା ଅନ୍ୟ ସଦସ୍ୟ ରୋଶନୀ, ଗୋଲୁ, ରଘୁବୀର ଓ ମଜବୁତ ସିଂ ଯାଦବ ପ୍ରମୁଖ ଲୋକାଲ ଏଜେଣ୍ଟ ଜରିଆରେ ଟାର୍ଗେଟ ଖୋଜୁଥିଲେ। ଘରେ ରହି ବିଶ୍ୱାସ ଜିତୁଥିଲେ। ଆଉ ଅଚାନକ ଅନୁରାଧା କୌଣସି ବାହାନାରେ ଗାଏବ ହୋଇଯାଉଥିଲା। ୨୩ ବର୍ଷରେ ୨୫ରୁ ଅଧିକ ନକଲି ବିବାହ କରିସାରିଛି ଅନୁରାଧା। ଗଲା ୨ ବର୍ଷ ଧରି ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ବିହାରରେ ଏହି ଠକେଇକୁ ଠିକଣା ଦେଉଥିଲେ। ବିବାହ ଲାଗି ଇଛୁକ ଯୁବକଙ୍କୁ ଟାର୍ଗେଟ କରୁଥିଲା ଏହି ଗ୍ୟାଙ୍ଗ୍। ମୋବାଇଲରେ ଝିଅର ଫଟୋ ପଠାଯାଉଥିଲା ଓ ପୁଅ ସହ ଭେଟିବାକୁ ରାସ୍ତାରେ ସମୟ ସ୍ଥିର ହେଉଥିଲା। ଝିଅ ପସନ୍ଦ ମାତ୍ରେ ତୁରନ୍ତ ୨ଲକ୍ଷରୁ ୫ଲକ୍ଷ ଟଙ୍କା ଯାଏ ଡିଲ୍ ହେଉଥିଲା। ବିଶାଳ ପେଶାରେ ଅଟୋ ଡ୍ରାଇଭର। ବିବାହ ପରେ ଦୁହେଁ ଭୋପାଳ ସିଫ୍ଟ ହୋଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *