ପଞ୍ଜାବ ୟୁନିଭରସିଟିରେ ହରିଆଣା ସିଙ୍ଗର ମାସୁମ ଶର୍ମାଙ୍କ ସୋରେ ଛୁରାମାଡ଼। ୟୁନିଭରସିଟିରେ ଷ୍ଟାରନାଇଟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଆସର ଚାଲିଥିବା ବେଳେ ଗୋଟିଏ ଗୋଷ୍ଠୀର ଛାତ୍ର ଅନ୍ୟ ଗୋଷ୍ଠୀକୁ ଛୁରା ମାଡ଼ କରିଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଛୁରା ମାଡ଼ରେ ୩ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ମୃତ ଛାତ୍ରର ନାଁ ଆଦିତ୍ୟ ଠାକୁର। ତାଙ୍କ ଘର ହିମାଚଳପ୍ରଦେଶରେ। ଶୁକ୍ରବାର ଏବିଭିପି ପକ୍ଷରୁ ସ୍କ୍ରିଟ୍ରୋନ୍ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଲାଇଭ୍ ସୋ ହେଉଥିଲା। କୌଣସି କାରଣରୁ ଦୁଇ ଗୋଷ୍ଠୀ ଛାତ୍ରଙ୍କ ଭିତରେ ଗଣ୍ଡଗୋଳରୁ ଏଭଳି ଅଘଟଣ ଘଟିଛି। ଷ୍ଟେଜ୍ ପଛପଟେ ଏଭଳି କାଣ୍ଡ ଘଟିଥିଲା। ମ୍ୟୁଜିକ୍ ର ଭୀଷଣ ଶବ୍ଦ ଲାଗି ଦୀର୍ଘସମୟ ଧରି ଏ ବାବଦରେ ଜାଣିପାରିନଥିଲେ କେହି। ଆହତ ଛାତ୍ରଙ୍କୁ ତୁରନ୍ତ ପିଜିଆଇରେ ଭର୍ତ୍ତି କରାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now