ଆଲିଗଡ଼ ମୁସଲିମ୍ ୟୁନିଭରସିଟିର ଆଥଲେଟିକ୍ ଗ୍ରାଉଣ୍ଡରେ ଫାୟାରିଂ। ବାର୍ଷିକ ହର୍ଷ ରାଇଡର୍ସ ସୋ ଆୟୋଜନ ବେଳେ ଦୁଇ ଗୋଷ୍ଠୀ ଭିତରେ ମାଡପିଟ୍ ଓ ଫାୟାରିଂ ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି। ମାଡପିଟ୍ ପରେ ଆହତ ଛାତ୍ରଙ୍କୁ ସେମାନଙ୍କ ସାଥୀ ମେଡିକାଲ କଲେଜ ପହଞ୍ଚିବା ବେଳେ ସେଠାରେ ବି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଆଉ ଏଠାରେ ବି ଫାୟାରିଂ ହୋଇଥିଲା। ଏତିକିବେଳେ ଏମଏମୟୁର ସୁରକ୍ଷାକର୍ମୀଙ୍କ ଉପରେ ବି ଆକ୍ରମଣ ହୋଇଥିଲା। ମଙ୍ଗଳବାର ସଂଧ୍ୟା ୭ଟାରେ ଫାୟାରିଂ ହୋଇଥିଲା। ଆଉ ଏ ଘଟଣାର ଘଣ୍ଟାକ ପରେ ଅର୍ଥାତ୍ ରାତି ୮ଟାରୁ ରେସିଡେନ୍ସ ଓ ଜୁନିଅର ଡାକ୍ତର କାମବନ୍ଦ ଆନ୍ଦୋଳନ କରିଥିଲେ। ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ମେଡିକାଲ କଲେଜ ଭିତରେ ଯେଭଳି ଦୁର୍ବୃତ୍ତ ଅରାଜକତା କଲେ, ତାହା ସୁରକ୍ଷାକୁ ନେଇ ବିରାଟ ବଡ଼ ପ୍ରଶ୍ନବାଚୀ ଉଠାଇଥିଲା। ଏମର୍ଜେନ୍ସିରେ ଡାକ୍ତର ଓ ରୋଗୀଙ୍କ ଉପସ୍ଥିତିରେ ଗୁଳିକାଣ୍ଡ ହୋଇଥିଲା।ଗୁଳିକାଣ୍ଡରେ ପୁରା ମେଡିକାଲ ଷ୍ଚାଫ୍ ଭୟଭୀତ ହୋଇପଡ଼ିଥିଲେ। ରୋଗୀ ମାନେ ଜୀବନ ବିକଳରେ ଏମର୍ଜେନ୍ସି ଭିତରେ ପଶିଯାଇଥିଲେ।ପୁଲିସ ଘଟଣାସ୍ଥଳରୁ ୫ ଅଭିଯୁକ୍ତ ଗିରଫ ସହ ସେମାନଙ୍କଠୁ ପିସ୍ତଲ ଜବତ କରିଛି।ମେଡିକାଲ କଲେଜ କ୍ୟାମ୍ପସରେ ଏଭଳି ଗୁଣ୍ଡାଗର୍ଦ୍ଦିକୁ ନେଇ ଆଜି ଅପରାହ୍ନ ୨ଟାରେ ଡାକ୍ତର ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now