ସାପ କାମୁଡ଼ାରେ ନୁହେଁ, ପତ୍ନୀ ହିଁ ମର୍ଡର କରିଥିଲା ସ୍ୱାମୀକୁ

ସାପ ନୁହେଁ, ମାରିଥିଲା ପତ୍ନୀ। ବୟଫ୍ରେଣ୍ଡ ସହ ମିଶି ରଚିଥିଲା ମର୍ଡର ପ୍ଲାନ୍। ସ୍ୱାମୀର ଗଳା ଚିପି ହତ୍ୟା କରିଥିଲା। ଶବକୁ ସାପ ଦ୍ୱାରା ଦଂଶନ କରାଇଥିଲା। କିନ୍ତୁ ଶବ ବ୍ୟବଛେଦ ରିପୋର୍ଟରେ ସବୁ ଧରା ପଡ଼ିଗଲା। ମିରଟରୁ ଆସିଛି ପତିହନ୍ତା ପତ୍ନୀର ଏଭଳି କାରନାମା। ୮ ବର୍ଷ ହେଲା ବିବାହ କରିଥିଲେ ସବିତା। ୩ଟି ପିଲା ବି ଅଛନ୍ତି। କିନ୍ତୁ ପ୍ରେମରେ ପଡ଼ି ସ୍ୱାମୀକୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ କରିଥିଲା ଯୋଜନା। ଅମରଦୀପ ନାମକ ଯୁବକ ପ୍ରେମରେ ପଡ଼ିସାରିଥିଲେ ସବିତା। କିନ୍ତୁ ସବିତାଙ୍କ ସ୍ୱାମୀ ବାଧା ଦେଉଥିଲେ। ଅମରଦୀପକୁ ଧମକ ଦେଉଥିଲେ। ଆଉ ଏଥିରେ ଅସହିଷ୍ଣ ହୋଇପଡ଼ିଥିଲେ ସବିତା। ପ୍ରେମିକ ସହ ମିଶି ଗଳା ଚିପି ମାରିଦେଇଥିଲା ସ୍ୱାମୀକୁ। ଧରା ନପଡ଼ିବା ପାଇଁ ବିଷଧର ସାପ ଦ୍ୱାରା ଶବକୁ ଦଂଶନ କରାଇଥିଲା। ଗୁଗୁଲ ୟୁଟ୍ୟୁବରୁ ଏହାର ଉପାୟ ଦେଖି ଶିଖିଥିଲେ ସବିତା। ସବିତାଙ୍କ ସ୍ୱାମୀ ଅମିତଙ୍କର ମୃତ୍ୟୁ ସର୍ପଦଂଶନରୁ ନୁହେଁ, ବରଂ ପତ୍ନୀ ସବିତା ଓ ତାଙ୍କ ପ୍ରେମିକ ଅମରଦୀପ ମିଶିକି ମର୍ଡର କରିଥିଲେ। ବୁଧବାର ବିଳମ୍ୱିତ ରାତିରେ ଦୁଇ ଅଭିଯୁକ୍ତଙ୍କୁ ଜେରା କରି ସତ ଓଗାଳିଥିଲା ପୁଲିସ। ବହସୁମା ଥାନା ଅନ୍ତର୍ଗତ ଅକବରପୁର ଗାଁରେ ଅମିତ ଓରଫ ମିକ୍କିଙ୍କ ଶବ ରବିବାର ସକାଳେ ବିଛଣାରେ ପଡ଼ିଥିଲା। ଅମିତଙ୍କ ଶବ ତଳେ ଏକ ଜୀଅନ୍ତା ବିଷଧର ସାପ ପଡ଼ିଥିଲା। ଶବରେ ସାପ କାମୁଡ଼ିବାର ଚିହ୍ନ ବି ଥିଲା। ଏହାକୁ ଦେଖି ସମସ୍ତେ ଭାବିଥିଲେ, ସାପ କାମୁଡ଼ାରୁ ମୃତ୍ୟୁ ହୋଇଛି। କେଳାକୁ ଡାକି ସାପକୁ ଧରାଯାଇଥିଲା। ଏହା ପରେ ବନ ବିଭାଗ ଟିମ୍ ଏହାକୁ ଜଙ୍ଗଲରେ ଛାଡ଼ିଦେଇଥିଲା। ଆଉ ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଗଲା ଯେ, ସାପ କାମୁଡ଼ାରେ ନୁହେଁ। ବରଂ ଗଳା ଚିପି ହତ୍ୟା କରାଯାଇଛି। ସନ୍ଦେହରେ ସବିତା ଓ ଅମରକୁ ଜେରା କରିବା ପରେ ଆରମ୍ଭରୁ ଫାଙ୍କିବାକୁ ଚେଷ୍ଟା କରିଥିଲେ ଉଭୟ। କିନ୍ତୁ ପରେ ସତ ଓଗାଳିଦେଇଥିଲେ। ଅମରଦୀପ ପାଖ ଗାଁରୁ ଜଣେ କେଳା ପାଖରୁ ହଜାରେ ଟଙ୍କାରେ ବିଷଧର ସାପ କିଣିଥିଲା। ଅମିତ ରାତିରେ ଶୋଇବା ପରେ ଦୁହେଁ ଗଳା ଚିପି ମାରିବା ପରେ ଶବ ତଳେ ସାପକୁ ଚାପି ଦେଇଥିଲେ। ସାପ ବହୁବାର ଅମିତକୁ ଦଂଶନ କରିଥିଲା। ଆଉ ସକାଳୁ ଏହା ସାପ କାମୁଡ଼ାରେ ମୃତ୍ୟୁ ବୋଲି ଦର୍ଶାଇବାକୁ ଚାହିଁଥିଲା ସବିତା। କିନ୍ତୁ ସବୁ ଯୋଜନା ଫସର ଫାଟିଗଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *